Home ଜିଲ୍ଲା ପରିକ୍ରମା ଜ୍ୟୋତିକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଜ୍ୟୋତିକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

5

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମା’ ଖଡ୍ଗଧାରିଣୀ କ୍ରିକେଟ ପଡିଆରେ ଜନଜାଗୃତୀ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ଜ୍ୟୋତି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଭଦ୍ରକ ୟୁନିକ ୧୧ ଓ ଭୁବନେଶ୍ୱର ବାପୁଜୀ କ୍ଲବ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭଦ୍ରକ ୧୧ ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୩୫ ରନ ସ୍କୋର କରିଥିଲା । ଜବାବରେ ବାପୁଜୀ କ୍ଲବ ୪ ଉଇକେଟ ହରାଇ ୧୫୪ ରନ କରି ବିଜୟ ହାସଲ କରିଥିଲା । ମନୋଜ ବାରିକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଶାରଦା ମହାପାତ୍ର ଓ ଖଗେଶ୍ୱର ମଲ୍ଲିକ ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ । ଜ୍ଞାନ ପ୍ରକାଶ ମହାପାତ୍ର ଓ ଆଶୁତୋଷ ମହାପାତ୍ର ସ୍କୋରର ଏବଂ ଜ୍ଞାନରଞ୍ଜନ ଘଡେଇ ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଖେଳ ଶେଷରେ ସାଜସେବୀ ସୁବ୍ରତ ଦାସ, ଗୋଲକ ଚନ୍ଦ୍ର ବେହେରା, ସରପଞ୍ଚ ଅକ୍ଷୟ ତ୍ରିପାଠୀ, ସଞ୍ଜିବ ପରିଡା, ଉତ୍କଳ ବିଶ୍ୱାଳ, ରମେଶ ଚନ୍ଦ୍ର ଭାରତୀ, ଅଜୟ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ, ରନରସପ ଓ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.