Home କେନ୍ଦୁଝର ହାତୀ ହତ୍ୟା ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ

ହାତୀ ହତ୍ୟା ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ

128

ଯୋଡା, ୧୭ । ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗତ ଶନିବାର ବୈତରଣୀ ସଂରକ୍ଷିତ ଜଙ୍ଗଲ (ବି) ସ୍ଥିତ ଗୁରୁବେଡା ପମ୍ପ ହାଉସ ନିକଟରେ ୨ଟି ହାତୀକୁ ଅତ୍ୟନ୍ତ ନିର୍ମମ ଭାବରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଜୁଳି କରେଣ୍ଟ ଦେଇ ହତ୍ୟା କରାଯାଇଥିବା ଘଟଣାରେ କେନ୍ଦୁଝର ଡିଏଫ୍‌ଓ ୨ଜଣ ବନ କର୍ମଚାରୀଙ୍କୁ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ ନେଇ ନିଲମ୍ବିତ କରିଥିବା ଜଣାପଡିଛି । ସେମାନେ ହେଲେ ଯୋଡା ଫରେଷ୍ଟର ପିଅନ ନାଏକ ଓ ଜୁରୁଡି ବିଟ୍ ଫରେଷ୍ଟ ଗାର୍ଡ ଦୋଳଗୋବିନ୍ଦ ଦେଓ । ଗତ ୧୩ ତାରିଖ ଦିନ ୧୧ କିଲୋ ଭୋଲ୍ଟ ବିଜୁଳି କ ସମ୍ପନ୍ନ ତାର ଜଙ୍ଗଲ ମଧ୍ୟରେ ବିଛାଇ ଦୁର୍ବୁତ୍ତମାନେ ଏହି ୨ଟି ହାତୀକୁ ଶାକାର କରି ସେମାନଙ୍କର ଦାନ୍ତ ୨ଟି କାଟି ନେଇଥିବା ଦେଖିବାକୁ ମିଳିଥିଲା । ବନବିଭାଗ ପକ୍ଷରୁ ଘଟଣାଟିକୁ ଗୁରୁତରସହ ନିଆଯାଇ ଏକ ଉଚ୍ଚ ସ୍ଥରୀୟ ତଦନ୍ତ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ଅତିରିକ୍ତ ପ୍ରମୁଖ ବନସଂରକ୍ଷକ ଶଶି ପାଲ ଘଟଣା ସ୍ଥଳରେ ପହଞ୍ଚିଥିଲେ । ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ୍ ଇଣ୍ଡିଆର ଡଃ ବନ୍ଦିତା ମିଶ୍ର, ଯୋଡା ପ୍ରାଣୀଧନ ଚିକିତ୍ସକ ଡଃ ମାଧବ ଚୌଧୁରୀ ହାତୀ ୨ଟିର ଶବ ବ୍ୟବଛେଦ କରିଥିଲେ । ହାତୀ ୨ଟିକୁ ବିଦ୍ୟୁତ କରେଣ୍ଟ ଦିଆଯାଇ ହତ୍ୟା କରାଯାଇଥିବା ବ୍ୟବଛେଦରୁ ସ୍ପଷ୍ଟ ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ, ଜିଲ୍ଲା ଜଙ୍ଗଲ ଅଧିକାରୀ ସନ୍ତୋଷ ଜୋଶୀ ୨୦୧୭ ମସିହା ସେପ୍ଟେମ୍ବରରେ ଯୋଗଦେବା ପର ଠାରୁ ଅଦ୍ୟାବଧି ଜିଲ୍ଲାରେ ୨୦ରୁ ଉର୍ଦ୍ଧ୍ୱ ହାତୀ ମୃତ୍ୟୁ ବରଣ କରିଥିବା ବେଳେ ଏହି ହାତୀ ମୃତ୍ୟୁ ଘଟଣାରେ କେବଳ ବନଅଧିକାରୀ ଏବଂ ଗାର୍ଡକୁ ନିଲମ୍ବନ କରାଯାଇ ଜିଲ୍ଲା ପ୍ରଶାସନ ତାର ଦାୟିତ୍ୱ ସମ୍ପାଦନ କରୁଛି ବୋଲି ସାଧାରଣରେ ଅଭିଯୋଗ ହୁ୍‌ଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.