Home Coronavirus Outbreak କରୋନା ରୋଗୀଙ୍କ ସଂସ୍ପର୍ଷରେ ଆସିଥିବା ୨୬ ଜଣଙ୍କୁ ସଂଗରୋଦ୍ଧ କେନ୍ଦ୍ର ଓ ୪୭ଜଣଙ୍କ ସ୍ୱାବ ନମୁନା...

କରୋନା ରୋଗୀଙ୍କ ସଂସ୍ପର୍ଷରେ ଆସିଥିବା ୨୬ ଜଣଙ୍କୁ ସଂଗରୋଦ୍ଧ କେନ୍ଦ୍ର ଓ ୪୭ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଗଲା

152

ଯୋଡା, ୧୭ । ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରାଞ୍ଚଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । କରୋନା ରୋଗୀ ଚିହ୍ନଟ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ କୋଭିଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଥିବା ୨୬ଜଣଙ୍କୁ ବଚୁହାଟିଂ ଠାରେ ଥିବା ସଂଗରୋଦ୍ଧ କେନ୍ଦ୍ରକୁ ପଠାଇଦିଆଯାଇଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ଗୃହ ସଂଗରୋଦ୍ଧରେ ପ୍ରଶାସନର କଡା ନଜରରେ ରଖାଯାଇଛି । ସମ୍ପୃକ୍ତ ଯୁବକ ଜଣଙ୍କ ସଂସ୍ପର୍ଶରେ ଆସିଥିବା ୪୭ଜଣ ଙ୍କର ବୁଧବାର ସ୍ୱାବ ପରୀକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପଠାଯାଇଥିବା ଜଣାପଡିଛି । ସତର୍କତା ମୂଳକ ଭାବେ ୧୬ତାରିଖ ପୂର୍ବାହ୍ନରୁ ୩୦ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଯୋଡା ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗୁଡିକୁ ସଂକ୍ରମୀତ କ୍ଷେତ୍ର ଭାବେ ଘୋଷଣା କରାଯାଇଛି । ସେଗୁଡିକ ମଧ୍ୟରେ ଟିସ୍କୋ ପମ୍ପ ହାଇସ, ଯୋଡା ୱେଷ୍ଟ ସେଣ୍ଟେନାରୀ ପାର୍କ, ଯୋଡା ଇଷ୍ଟ ଷ୍ଟାପ କ୍ୱାଟର, ଯୋଡା ଟାଉନସିପ ମୂଖ୍ୟ ରାସ୍ତା (ସାଉଥ), ଫେରୋ ଆଲଏଜ ପ୍ଲାଣ୍ଟ କଲୋନୀ ପାର୍କ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରିଦେଇଥିବା ଦେଖିବାକୁ ମିଳିଛି । ଆବଶ୍ୟକ ପଡିଲେ ଏହି ମିଆଦକୁ ବୃଦ୍ଧି କରାଯିବ ବୋଲି ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ସୂଚନା ଦେଇଥିଲେ । ପ୍ରକାଶ ଯୋଗ୍ୟ, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ସଫ୍ଟୱେୟାର ଇଞ୍ଜିନିୟର ହୋଇଥିବା ବେଳେ ଗତ ୫ ତାରିଖ ଦିନ ସେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଏବଂ ଭୁବନେଶ୍ୱର ଠାରୁ ନିଜ ବୋଲେରୋ ଗାଡିରେ ଯୋଡା ଆସିଥିଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ତାଙ୍କୁ ୬ ତାରିଖ ଦିନ ଯୋଡା ଇଷ୍ଟ ନୋଡାଲ ୟୁପି ସ୍କୁଲରେ ଥିବା ସଂଗରୋଦ୍ଧ କେନ୍ଦ୍ରରେ ରଖିଥିଲେ । ୨ ଦିନ ସଂଗରୋଦ୍ଧ କେନ୍ଦ୍ରରେ ସେ ରହିବା ପରେ ଏହାର ପରିଷ୍କାର ପରିଚ୍ଛନତା ଉପରେ ଅସନ୍ତୋଷ ପ୍ରକାଶ କରି ପ୍ରଶାସନକୁ ଅଭିଯୋଗ କରିବା ପରେ ଓ ଡାକ୍ତର ତାଙ୍କର କରୋନା ରୋଗର କୌଣସି ଲକ୍ଷଣ ନ ଦେଖାଯିବାରୁ ତାଙ୍କୁ ଗୃହ ସଂଗରୋଦ୍ଧ କେନ୍ଦ୍ରରେ ରହିବା ପାଇଁ ଅନୁମତି ଦେଇଥିଲେ । ତେବେ ଏହି ଘଟଣାଟି ପରେ ପ୍ରଶାସନ ପକ୍ଷରୁ ଏଫ୍‌ଏପି କଲୋନୀକୁ ସଂକ୍ରମୀତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଏହାର ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି । ଟାଟା କମ୍ପାନୀ ଏବଂ ପୌରପାଳିକା ପକ୍ଷରୁ ମିଳିତ ଭାବେ ସମ୍ପୃକ୍ତ କଲୋନୀକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣାଟି ପରେ ସମଗ୍ର ଯୋଡା ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.