Home ଓଡ଼ିଶା ହାତୀ ଆକ୍ରମଣ – ୩ ମୃତ

ହାତୀ ଆକ୍ରମଣ – ୩ ମୃତ

234

ସୁନ୍ଦରଗଡ଼/ନୟାଗଡ଼/ରାଜଗାଙ୍ଗପୁର ୨୯-୧୧ (ଓଡ଼ିଆ ପୁଅ) : ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ସିଆଲଯୋର ଗ୍ରାମରେ ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ହାତୀ ଘଉଡାଇବା ବେଳେ ଗୋବିନ୍ଦ ସାଙ୍କୁ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ହାତୀପଲ ଦଳିଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଏକ ଘଟଣାରେ ଜଣେ ବୃଦ୍ଧ ଏମ.ଡ଼ି.ଖାନଙ୍କୁ ଦାତୀ ଦଳିଦେଇ ଥିବାରୁ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁଯାୟୀ, ରାଉରକେଲା ନୂଆଗାଁ ବ୍ଲକ ପୁଣାପାଣି ଗୋଟିଟନସର ଗାଁ ନିକଟରେ ରାତିରେ ହାଟ ସାରି ଆସୁଥିଲେ ମୃତକ ବିଶ୍ରା ଥାନା ଆସିଆନା କଲୋନୀର ଏମ.ଡି ଖାନ୍‌ ନାମକ ଜଣେ ବୃଦ୍ଧ। ସେ ଏକ ଅଟୋରେ ଫେରୁଥିବାବେଳେ ହାତୀମାନଙ୍କୁ ଘଉଡାଉଥିବା ବେଳେ ସେ ଅଟୋ ଛାଡ଼ି ଦୌଡ଼ି ପଳାଉଥିଲେ ସେହି ସମୟରେ ତାଙ୍କୁ ଦଲିଦେଇଥିଲା ହାତୀ। ତେବେ ଅନ୍ୟ ୩ଜଣ ସହଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବାର ସୂଚନା ମିଳିଛି। ଅନ୍ୟ ଏକ ଏହିପରି ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁର ରେଞ୍ଜ ବନ୍ଧପଲ୍ଲା ଗ୍ରାମପଂଚାୟତରେ। ମୁକ୍ତାପୁର ପାତାଳେଶ୍ୱର ମହାଦେବ ମନ୍ଦିର ପୁର୍ବପଟେ ଗତ ୨୬ ତାରିଖ ସଂଧ୍ୟାରେ ଜଣେ ବୃଦ୍ଧାଙ୍କୁ ହାତୀ ଦଳି ଚକଟି ମାରିଦେଇଥିଲା। ବୃଦ୍ଧା ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଭଜାଗଡ ଗ୍ରାମ ମୋତି ବେୱା(୭୦)। ବୃଦ୍ଧା ଜଣକ ନୟାଗଡ ଜିଲ୍ଲା ରଣପୁର ଥାନା ରାଜ ଜଙ୍କିଆ ଗ୍ରାମ ଝିଅ ଘରକୁ ଆସୁଥିଲେ। ସଂଧ୍ୟା ସମୟରେ ହାତୀ ଦଳ ହାବୁଡରେ ପଡିଥିଲେ। ହାତୀ ଦଳ ତାଙ୍କୁ ଦଳି ଚକଟି ମାରିଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.