Home Top News ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ

26

ତାଳଚେର, ୫/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ବଣୁଆ ଦନ୍ତା ହାତୀ ଆକ୍ରମଣରେ ଗତ କାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ତାଳଚେର ବନାଂଚଳ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମର ନୂଆସାହି ଠାରେ। ସୂଚନା ମୁତାବକ ହାତୀ ଉପଦ୍ରବ ଅଂଚଳ ଭାବେ ପରିଚିତ ସନ୍ଥପଡ଼ା ଗ୍ରାମର ନୂଆସାହି ବାସିନ୍ଦା କାଂଚନ ମୁଣ୍ଡା(୬୦) ସବୁ ଦିନ ପରି ଦିନରେ ମୂଲ କାମ କରିବାପରେ ଗତ କାଲି ରାତିରେ ନିଜ କୁଡ଼ିଆ ଘରେ ବିଶ୍ରମ ନେଇଥଲେ। ତେବେ ସ୍ଥାନୀୟ ବ୍ରାହ୍ମଣୀ ନଦୀ ପାର ହୋଇ ଏକ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ସ୍ଥାନୀୟ ପଶି ଆସିଥିବା ବେଳେ ସେମାନଙ୍କ ଭିତରୁ ଏକ ଦନ୍ତା ହାତୀ ନୂଆସାହି ଅଂଚଳକୁ ପଶି ଆସି ଉକ୍ତ କୁଡ଼ିଆ ଘରକୁ ଭଙ୍ଗାରୁଜା କରିବାସହ କାଂଚନଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ କାଂଚନଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାରେ କାଂଚନଙ୍କ ସ୍ୱାମୀ ମୁକୁନ୍ଦ ମଧ୍ୟ ଆହତ ହୋଇଥିଲେ। ସୂଚନାପାଇ ସନ୍ଥପଡ଼ା ସରପଂଚ ସହଦେବ ସାହୁ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ। ଏନେଇ ବନବିଭାଗ ନିକଟରେ ଖବର ପହଁଚିବାପରେ ବିଭାଗୀୟ କର୍ମଚାରୀ ସେଠାକୁ ଯାଇ ଆଲୋଚନା କରିଥିବା ବେଳେ ହାତୀ ପଲ ନଦୀ ପାର ହୋଇ ପୁଣି ଚାଲି ଯାଇଥିବାର ଜଣାପଡ଼ିଛି। ପ୍ରାରମ୍ଭିକ କ୍ଷତିପୂରଣ ଭାବେ ୪୦ ହଜାର ଟଙ୍କା ପ୍ରଦାନ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିଲା। ଆକ୍ରମଣରେ ଅହତ ସ୍ୱାମୀ ମୁକୁନ୍ଦଙ୍କୁ ଚିକିତ୍ସା କରାଯାଉଛି। ତେବେ ସନ୍ଥପଡ଼ା ଅଂଚଳରେ ବାରମ୍ବାର ହାତୀ ଉପଦ୍ରବକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ସ୍ଥାନରେ ସୋଲାର ଫିନସିଂ ଲଗାଯିବା ପାଇଁ ବନ ବିଭାଗ ନିକଟରେ ଦାବି ହୋଇ ଆସୁଥିବା ବେଳେ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଉନାହିଁ, ଫଳରେ ଅକାରଣରେ ଅନେକ ନିରୀହ ଜୀବନ ଚାଲି ଯାଉଥିବା ବେଳେ ବ୍ୟାପକ ଫସଲ ହାନି ହେଉଛି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.