Home ଅନୁଗୁଳ ଗୋପବନ୍ଧୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଦାବିପତ୍ର

ଗୋପବନ୍ଧୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଦାବିପତ୍ର

19

ତାଳଚେର, ୫/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ପୈାରାଂଚଳ ଅନ୍ତର୍ଗତ ହାଟତୋଟା ଠାରେ ରହିଥିବା ଗୋପବନ୍ଧୁ ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ସଚେତନ ନାଗରିକଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି, ପୈାର ପରିଷଦ ଅଧିନରେ ଥିବା ଏହି ଡାକ୍ତରଖାନାଟି ବିଗତ କିଛି ବର୍ଷ ହେବ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଦିନକୁ ଦିନ ଅଧିକରୁ ଅଧିକ ଭଗ୍ନାବସ୍ଥାକୁ ଚାଲିଗଲାଣି। ପୂର୍ବରୁ ସହରବାସୀ ଏହି ଡାକ୍ତରଖାନା ଦ୍ୱାରା ବହୁ ମାତ୍ରାରେ ସ୍ୱାସ୍ଥ୍ୟସେବା ପାଉଥିବା ବେଳେ ଏବେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଣୁ ଏଥିପ୍ରତି ଦୃଷ୍ଟି ଦେଇ ପୁର୍ନବାର ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଆବଶ୍ୟକୀୟ ମରାମତି ପୂର୍ବକ କାର୍ଯ୍ୟକ୍ଷମ କରି ସେଠାରେ ଡାକ୍ତର ନିଯୁକ୍ତି ଦେବାକୁ ପ୍ରଶାସନ ନିକଟରେ ନିବେଦନ କରାଯାଇଛି। ପ୍ରଦୀପ ମହାରଣା, ଦାସରଥି ସାହୁଙ୍କ ସମେତ ଅନ୍ୟାନ୍ୟ ସଚେତନ ନାଗରିକ ଏହି ଦାବିପତ୍ର ପ୍ରଦାନ କରିଛିନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.