Home ଓଡ଼ିଶା ହାତୀ ଆକ୍ରମଣରେ ମହିଳା ଗୁରୁତର

ହାତୀ ଆକ୍ରମଣରେ ମହିଳା ଗୁରୁତର

185

ମୟୁରଭଞ୍ଜ ୨୪-୫ (ଓଡ଼ିଆ ପୁଅ/ ଏସକେ ସାଦ୍ଦାମ) : ମୟୁରଭଞ୍ଜ ଜିଲ୍ଲା ମଣଦା ରେଞ୍ଜ ମୁସାମାରୀ ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ମହିଳା ଜଣକ ପୁଣ୍ଡିଦା ଜଙ୍ଗଲରୁ କାଠ ନେଇ ଫେରୁଥିବା ବେଳେ ହାତୀ ଆକ୍ରମଣ କରିଥିଲା। ତେବେ ଚିତ୍କାର ଶୁଣି ଗ୍ରାମବାସୀ ଯିବା ପରେ ହାତୀ ମହିଳାଙ୍କୁ ଛାଡି ପଳାଇଥିଲେ। ମହିଳାଙ୍କୁ ସଂଗେ ସଂଗେ ରାଇରଙ୍ଗପୁର ମେଡିକାଲକୁ ଅଣାଯାଇଥିଲା। ତେବେ ମହିଳା ଜଣଙ୍କର ହାତ, ଗୋଡ଼ ଓ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ରାଇରଙ୍ଗପୁର ମେଡିକାଲରୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମହିଳା ଜଣକ ହେଲେ ବିଶୋଇ ମୂଷାମାରି ଗ୍ରାମର ସୁବାସିନୀ ମହାନ୍ତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.