Home Coronavirus Outbreak ନୟାଗଡ଼ ଜିଲାରେ ୩୨ ଆକ୍ରାନ୍ତଙ୍କ ସହ ୪ବ୍ଳକକୁ ଛୁଇଁଲା କରୋନା

ନୟାଗଡ଼ ଜିଲାରେ ୩୨ ଆକ୍ରାନ୍ତଙ୍କ ସହ ୪ବ୍ଳକକୁ ଛୁଇଁଲା କରୋନା

172

ନୟାଗଡ଼, ୨୪ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ୨୭ରେ ଥିଲାବେଳେ ଶନିବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଂଚିଛି। ଏହି ୫ଜଣ କରୋନା ଆକ୍ରାନ୍ତ ରଣପୁର ବ୍ଳକ ୩ଜଣ ଓ ଦଶପଲ୍ଲା ବ୍ଳକର ୨ଜଣ ହୋଇଥିଲାବେହେଳ ଏମାନଙ୍କ ମଧ୍ୟରୁ ୨ଜଣ ସୁରତରୁ, ୨ଜଣ ତେଲେଙ୍ଗାନାରୁ ଓ ଆଉ ଜଣେ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି। ପୂର୍ବରୁ ନୟାଗଡ଼ ଜିଲାର ଓଡ଼ଗାଁ ଓ ଗଣିଆ ବ୍ଳକକୁ କରୋନା ଛୁଇଁଥିଲାବେଳେ ଏବେ ଦଶପଲା ଓ ରଣପୁର ବ୍ଳକକୁ କରୋନା ଛୁଇଁଛି। ଫଳରେ ଜିଲାର ୪ବ୍ଳକକୁ କରୋନା କବଳିତ କରିଛି। ଗତ ୯ତାରିଖରେ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.