Home ଜିଲ୍ଲା ପରିକ୍ରମା ହାତଗୋଡ ବାନ୍ଧି ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ହାତଗୋଡ ବାନ୍ଧି ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

106

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାମୁକ ପୁରୁଷର ରାକ୍ଷସ ପ୍ରକୃତି ଆଜି ପଦାରେ ପଡିଛି । ୨୬ ବର୍ଷିୟ ଯୁବକ କାମାତୁର ହୋଇ ହାତଗୋଡ ବାନ୍ଧିଦେଇ ଜନୈକା ୮ ମାସର ଗର୍ଭବତୀ ମହିଳାଙ୍କ ଦୁଷ୍କର୍ମ କରିଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲା । ଏବଂ ଅଭିଯୁକ୍ତର ହାତଗୋଡ ବାନ୍ଧି ନିସ୍ତୁକ ମାଡ ମାରିବା ପରେ ପୁଲିସ୍ ଜିମା ଦିଆଯାଇଥିବା ବିଷୟ ଜଣାପଡିଛି । ପୁଲିସ୍ ଘଟଣାର ଅନୁସନ୍ଧାନ କରିବା ପରେ ସଂଗୀନ ଦଫାରେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ନଳଗୋହିରା ପଂଚାୟତ ଅଧୀନ ବଡଚିଂଚଳି ଗାଁରେ । ଏହି ଗାଁର ଜନୈକା ଗର୍ଭବତୀ ମହିଳାଙ୍କୁ ଏକୁଟିଆ ପାଇ ତାଙ୍କ ସ୍ୱାମୀଙ୍କ ବନ୍ଧୁ ଚଡଦିଆ ପଂଚାୟତର ମିଥୁନ ବାରିକ ମହିଳାଙ୍କ ହାତଗୋଡ ବାନ୍ଧି ଦୁଷ୍କର୍ମ କରିଥିଲା । ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଧାଇଁଆସି ମିଥୁନକୁ ମାଡି ବସି ଧରିଥିଲେ । ପରେ ତାର ହାତଗୋଡ ବାନ୍ଧି ମାଡ ମାରି ପୁଲିସ୍‌କୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଯୋଗେ ଦୁଷ୍କର୍ମ ପୀଡିତାଙ୍କୁ ଚାନ୍ଦବାଲି ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଅନ୍ୟପଟେ ପୀଡିତାଙ୍କ ସ୍ୱାମୀ ଅଭିଯୁକ୍ତ ମିଥୁନକୁ ତାଙ୍କ ଘରକୁ ଡାକିଥିବା ଜଣାଯିବା ପରେ ତାଙ୍କ ସ୍ୱାମୀଙ୍କ ଉପରେ ଗ୍ରାମବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ପୀଡିତାଙ୍କ ସ୍ୱାମୀଙ୍କ ଏତଲା କ୍ରମେ ବାଂଶଡା ଥାନାରେ ଏକ ମାମଲା ୨୯୬/୨୧, ଦଫା ୩୭୬ / ୪୫୦ / ୩୨୩ ମୂଳେ ଦୁଷ୍କର୍ମ ଅଭିଯୁକ୍ତ ମିଥୁନକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାଟି ସମଗ୍ର ଅଂଚଳରେ ଆଲୋଚନାର ବିଷୟ ସାଜିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.