Home ଜିଲ୍ଲା ପରିକ୍ରମା ଜଳିଗଲା ଗୁହାଳ, ୭ ଗୋରୁ ଜୀବନ୍ତ ଦଗ୍ଧ

ଜଳିଗଲା ଗୁହାଳ, ୭ ଗୋରୁ ଜୀବନ୍ତ ଦଗ୍ଧ

36

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲା ତିହିଡ଼ି ତହସିଲ ଅଧୀନ ସାହାପୁର ପଞ୍ଚାୟତ କଣ୍ଡରାଗଡ଼ିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଏକ ଗୁହାଳ ଜଳି ଯିବା ସହିତ ୭ ଗୋରୁ ଜୀବନ୍ତ ଦଗ୍‌ଧ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ ଗତକାଲି ରାତି ପ୍ରାୟ ୧୨ଟା ସମୟରେ କଣ୍ଡରାଗଡ଼ିଆ ଗ୍ରାମର ଶଙ୍କର୍ଷଣ ମିଶ୍ରଙ୍କ ଗୁହାଳେ କୌଣସି କାରଣ ବଶତଃ ନିଆଁ ଲାଗିଥିଲା । ରାତିରେ ଉଠିଥିବା ପଡ଼ୋଶୀମାନେ ଏହା ଦେଖି ଡାକ ଛାଡ଼ିଥିଲେ । ଗ୍ରାମବାସୀଙ୍କ ଡାକଶୁଣି ପରିବାର ଲୋକେ ଉଠିଥିଲା ବେଳେ ନିଆଁର ବେଗ ପ୍ରଖର ହୋଇ ସାରିଥିଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଗାଈ ଗୋରୁମାନଙ୍କୁ ଉଦ୍ଧାର କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ସଂଗେ ସଂଗେ ଗୁହାଳେ ଥିବା ୫ଟି ଗାଈ ଓ ୨ଟ ବାଛୁରୀ ଜୀବନ୍ତ ଦଗ୍‌ଧ ହୋଇ ମୃତ୍ୟୁବରଣ କରିଥିଲେ । ଏଠାରେ ସୂଚାନ ଯୋଗ୍ୟ ଯେ ଏହି ଗାଈ ପାଳନ କରି ମିଶ୍ର ପରିବାର ପ୍ରତିପୋଷଣ ହୋଇଥାନ୍ତି । ଜୀବୀକାର୍ଜନର ଏକମାତ୍ର ପନ୍ଥା ହରାଇଥିବାରୁ ଏହି ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.