Home କୋରାପୁଟ ହାଟସୁକୁ ଓ ଖଣି ପରିସୀମା ବ୍ୟକ୍ତିମାନେ କୋରାପୁଟ ଆସିଲେ କିନ୍ତୁ ବୈଠକରେ ଯୋଗଦେଲେ ନାହିଁ

ହାଟସୁକୁ ଓ ଖଣି ପରିସୀମା ବ୍ୟକ୍ତିମାନେ କୋରାପୁଟ ଆସିଲେ କିନ୍ତୁ ବୈଠକରେ ଯୋଗଦେଲେ ନାହିଁ

30

କୋରାପୁଟ ୧୭-୧୨ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଲମତାପୁଟ ତହସିଲ ଅନ୍ତର୍ଗତ କୁମ୍ଭାରଗନ୍ଧଣାରେ ପି.ଲକ୍ଷ୍ଣଣ ସ୍ୱାମୀ ଚାଇନା କ୍ଲେ ମାଇନଓ ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ଜିଲ୍ଲା ସଦର ମହକୁମାରେ ଏକ ବୈଠକ କରାଯାଇଥିଲା ହାଟସୁକୁ ଓ ଖଣି ପରିସୀମା ଅନ୍ତର୍ଗତ ପ୍ରାୟ ୩୦ ଜଣ ବ୍ୟକ୍ତି କୋରାପୁଟ ଆସିଥିଲେ।କିନ୍ତୁ ବୈଠକ ଆରମ୍ଭ ପୂର୍ବରୁ ଯୋଗ ନ ଦେଇ ଫେରି ଯାଇଥିଲେ।ତିଲକ ଗୁଞିଆ ଓ ଅନ୍ୟାନ୍ୟ ସଦସ୍ୟଙ୍କ ନାମରେ ଥାନାରେ କେସ ରୁଜୁ ହୋଇ ବିଚାରଧିନ ଥିବା ସମସ୍ତ କେସ ପ୍ରତ୍ୟାହାର କରିବା, ଖଣି ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ କୁମ୍ଭାରଗନ୍ଧଣା କାର୍ଯ୍ୟାଳୟରେ ବୈଠକ କରିବା, ଗ୍ରାମସଭାରେ ଅନୁମୋଦନ କରିବା ପ୍ରମୁଖ ଦାବି ଉପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଇମେଲ ଦ୍ୱାରା ପ୍ରଦାନ କରାଯାଇଥିବା ନେତା ଦାସି ନନ୍ଦିବାଲି,  ରାମ ମୁଦୁଲି, ବନମାଳି କିଷାନୀ, ରଘୁ ଭୋଇ,  ଜଗବନ୍ଧୁ ଜାନି ପ୍ରମୁଖ ସୂଚନା ଦେଇଛନ୍ତି।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ।ାୟୋଜିତ ବୈଠକରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ,  କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ନନ୍ଦପୁର ଏସଡିପିଓ ସଂଜୟ କୁମାର ମହାପାତ୍ର,  ଲମତାପୁଟ ତହସିଲଦାର ମାନଓ ରଂଜନ ପଟନାୟକ,  ନ୍ୟାୟକ ବିଭାଗର ଅଧିକାରୀ ଏନ.ଜଗଜୀବନ ଚୈାଧୁରୀ ଓ କଂପାନୀର ଅଧିକାରୀ ଯୋଗଦେଇଥିଲେ।ଜନସାଧାରଣଙ୍କ କଣ ସବୁ ସମସ୍ୟା ରହିଛି ତାହା ସମାଧାନ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.