Home କେନ୍ଦୁଝର ହାଟଡିହି ବ୍ଲକ ଅଞ୍ଚଳରେ ଲକଡାଉନ କଟକଣାକୁ ଫୁ, ପୁଲିସ ଗୋଡାଇବାରୁ ଦୋକାନ ବଜାର ବନ୍ଦ

ହାଟଡିହି ବ୍ଲକ ଅଞ୍ଚଳରେ ଲକଡାଉନ କଟକଣାକୁ ଫୁ, ପୁଲିସ ଗୋଡାଇବାରୁ ଦୋକାନ ବଜାର ବନ୍ଦ

131

ହାଟଡିହି- ୯ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳରେ ଲକଡାଉନ ଓ ସର୍ଟଡାଉନର ସେପରି କୌଣସି ପ୍ରଭାବ ପଡୁନାହିଁ । ଲକଡାଉନ ସମୟରେ ପନିପରିବା, ତେଜରାତି ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକ ସକାଳ ୬ରୁ ୧୨ଟା ଯାଏଁ ଖୋଲଯିବ ବୋଲି ସରକାର ଘୋଷଣା କରିଥିବାବେଳେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହୁଛି । ଦୋକାନ ବଜାର ଗୁଡିକ ଖୁଲାମ ଖୁଲା ଖୋଲା ଯାଉଥିବାବେଳେ ସାମାଜିକ ଦୁରତା ରହୁନାହିଁ ଏବଂ ପନିପରିବା ମାର୍କେଟରେ ମଧ୍ୟ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଏପରିକି ଅନେକ ଅମାନିଆ ମାନେ ବିନା ମାସ୍କରେ ମଧ୍ୟ ବୁଲାବୁଲି କରୁଛନ୍ତି । ଏସବୁ ପ୍ରତି ପୁଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସରକାରଙ୍କ ଏହି ଲକଡାଉନ କଟକଣା ଏଠାରେ ଆଦୌ କାର୍ଯ୍ୟକାରୀ ହୋଇପାରୁନି । ଏନେଇ କିଛି ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଦୁଇଦିନ ହେଲା ନନ୍ଦିପଦା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଦୋକାନ ବଜାରକୁ ବନ୍ଦ କରାଯାଇଛି । ବର୍ତ୍ତମାନ ସମୟରେ ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳର ପ୍ରତିଦିନ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲକଡାଉନର ଯଥେଷ୍ଟ ଆବଶ୍ୟକତା ରହିଛି । କିନ୍ତୁ ଲୋକମାନେ ଏଥିପ୍ରତି ସଚେତନ ହେବା ବଦଳରେ ଏହାକୁ ମାନୁ ନଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ଦେଖାଦେଇଛି । ଏପରିକି କରୋନା ସଂକ୍ରମିତ ମାନେ ସେମାନଙ୍କ ପଜେଟିଭ ରିପୋର୍ଟ ବାହାରିଥିଲେ ମଧ୍ୟ ସେମାନେ ଗୃହସଂଗରୋଧରେ ନରହି ଖୁଲାମଖୁଲା ବାହାରେ ବୁଲୁଛନ୍ତି । ସେହିପରି ଘରକୁ ଫେରୁଥିବା ପ୍ରବାସୀ ମାନେ ୧୪ଦିନ ଗୃହସଂଗରୋଧରେ ରହିବାକୁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ତାହା ଏଠାରେ କାର୍ଯ୍ରକାରୀ ହେଉନି । କିଏ କେଉଁ ରାଜ୍ୟରୁ ଆସିଲା ତାର ମଧ୍ୟ ହିସାବ ନାହିଁ । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ଥିବା ଶୁଣିବାକୁ ମିଳୁଛି । କଳିକତା ସଂକ୍ରମିତ ମାନେ ଅଧିକ ବିପଦଜନକ ବୋଲି ସରକାର ଘୋଷଣା କରୁଥିବାବେଳେ ସେମାନଙ୍କ ପ୍ରତି କେହି ସ୍ୱତନ୍ତ୍ର ଦୃଷ୍ଟି ଦେଉ ନାହାନ୍ତି । ଏବେ ମାଳ ମାଳ କଲିକତା ଫେରନ୍ତା ହାଟଡିହି ଅଞ୍ଚଳରେ ଅଛନ୍ତି । ସରକାରଙ୍କ ଲକଡାଉନ ସର୍ଟଡାଉନ ନିୟମକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ପ୍ରଶାସନିକ ଅଧିକାରୀ ମାନଙ୍କର ହୋଇଥିବାବେଳେ ଏଠାକାର ପ୍ରଶାସନିକ ଅଧିକାରୀ ମାନେ ନିଜ ନିଜ କାମରେ ବ୍ୟସ୍ତ ରହୁଥିବାରୁ ଲକଡାଉନ ସର୍ଟଡାଉନ ଆଦେଶକୁ କାର୍ଯ୍ୟକାରୀ କରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହପରି ନନ୍ଦିପଦା ଥାନାରେ ଅଧିକ ସଂଖ୍ୟକ କର୍ମଚାରୀ ଓ ଗାଡି ନଥିବାରୁ ସବୁ ଅଞ୍ଚଳକୁ ଯାଇ ତନଖି କରିବା ସମ୍ଭବପର ହେଉନାହିଁ ବୋଲି ଥାନା ପକ୍ଷରୁ କୁହାଯାଉଛି । ପ୍ରଶାସନିକ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.