Home କେନ୍ଦୁଝର ହାଟଡିହି ବ୍ଲକ ଅଞ୍ଚଳରେ ଲକଡାଉନ କଟକଣା କାମ କରୁନି, ଖୁଲାମଖୁଲା ଦୋକାନ ବଜାର ମେଲା

ହାଟଡିହି ବ୍ଲକ ଅଞ୍ଚଳରେ ଲକଡାଉନ କଟକଣା କାମ କରୁନି, ଖୁଲାମଖୁଲା ଦୋକାନ ବଜାର ମେଲା

60

ହାଟଡିହି- ୧୪ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଗତବର୍ଷ ଲକଡାଉନ ଓ ସର୍ଟଡାଉନ କଟକଣାକୁ ଲୋକମାନେ ଯେପରି ପାଳନ କରୁôତଲେ ଚଳିତବର୍ଷ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସତେ ଯେପରି ହାଟଡିହି ବ୍ଲକ ଅଞ୍ଚଳରେ ଲକଡାଉନ ଓ ସର୍ଟଡାଉନ କଟକଣା ପ୍ରଭାବହୀନ ହୋଇପଡିଛି । ଗତବର୍ଷ ପ୍ରଶାସନିକ ଅଧିକାରୀ ମାନଙ୍କ ଘନଘନ ଚଢ଼ାଉ ଓ କରେନା ଭୟ ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହରୁ ନଥିଲେ । ଯାହାଦ୍ୱାରାକି କରୋନା ସଂକ୍ରମଣକୁ ପ୍ରତିହତ କରାଯାଇପାରିଥିଲା । କିନ୍ତୁ ଚଳିତବର୍ଷ ଗତ ୫ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ କଟକଣା ଲାଗୁ କରାଯାଇଛି । ପ୍ରଥମ ଦିନେ ଦୁଇଦିନ ଦୋକାନ ବଜାର ଗୁଡିକ ବନ୍ଦ ରହିବାପରେ ଏବେ ଦୋକାନ ବଜାର ଗୁଡିକ ଖୁଲାମଖୁଲା ଖୋଲା ଯାଉଥିବାବେଳେ ପନିପରିବା ମାର୍କେଟରେ ପ୍ରବଳ ଜନଗହଳି ପରିଲକ୍ଷିତ ହେଉଛି । ଏପରିକି ଛକ ବଜାର ମାନଙ୍କରେ ସାମାଜିକ ଦୁରତା ରହୁ ନଥିବାବେଳେ ଶହ ଶହ ଲୋକ ବିନା ମାସ୍କରେ ବୁଲାବୁଲି କରୁଛନ୍ତି । ବର୍ତ୍ତମାନ ସମୟରେ ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳର ପ୍ରତିଦିନ ୧୫ରୁ ୨୦ଜଣ ଲେଖାଏଁ କରୋନା ସଂକ୍ରମିତ ବାହାରୁ ଥିବାବେଳେ ଲକଡାଉନର ଯଥେଷ୍ଟ ଆବଶ୍ୟକତା ରହିଛି । କିନ୍ତୁ ଲୋକମାନେ ଏହାକୁ ମାନୁ ନଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି । ଏପରିକି କରୋନା ସଂକ୍ରମିତ ମାନେ ସେମାନଙ୍କ ପଜେଟିଭ ରିପୋର୍ଟ ବାହାରିଥିଲେ ମଧ୍ୟ ସେମାନେ ଗୃହସଂଗରୋଧରେ ନରହି ଖୁଲାମଖୁଲା ବାହାରେ ବୁଲୁଛନ୍ତି । ଏବେ ଛେନାପଦି, ଅଣା, ହାଟଡିହି, ମରୈଗାଁ, ଓରାଳି, ଶାଳଣିଆଁ, ଢ଼େଙ୍କା, ସଢ଼ାଛକ, ବିଦ୍ୟାଧରପୁର, ବରାଙ୍ଗଛକ, ବଡରମ୍ପାସ ବଜାର ସମେତ ବସନ୍ତିଆ ହାଟ ଓ ବଣିଆପଙ୍କ ହାଟରେ ପ୍ରାୟତ ୯୮ଭାଗ ଦୋକାନ ଖୋଲା ରହିବା ସହିତ ଲୋକଙ୍କ ଗହଳି ଲାଗି ରହିଛି । ବିଶେଷତଃ ସକାଳ ୬ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲାରହିବା ସହ ଲୋକମାନେ ସାମାଜିକ ଦୁରତାକୁ ମାନୁ ନାହାନ୍ତି । ଏହି ସମୟରେ ବଞ୍ଚୋ, ଶାସଙ୍ଗ, ହାଟଡିହି, ମରୈଗାଁ, ଓରାଳି, ଶାଳଣିଆଁ, ଡଅଁର, ଢ଼େଙ୍କା, ସଢ଼ା, ପଞ୍ଚୁଗୋଛିଆ, ସୁଲଣ, ବଡରମ୍ପାସ, ସମଣା, ହାବଳେଶ୍ୱର ଆଦି ପଞ୍ଚାୟତରେ ଅନେକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନେ ଓ ତାଙ୍କ ପରିବାର ଲୋକମାନେ ନିୟମିତ ଦୋକାନ ବଜାରକୁ ଆସୁଥିବାବେଳେ ଅଧିକାଶଂ ଲୋକଙ୍କ ସହ ମିଶୁଛନ୍ତି । ଏପରିସ୍ଥଳେ କରୋନା ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ କଲିକତା, ହାଇଦ୍ରାବାଦ ଓ ଚେନାଇରୁ ନିୟମିତ ପ୍ରବାସୀମାନେ ଘରକୁ ପଳାଇ ଆସୁଥିବାବେଳେ ସେମାନଙ୍କ ଉପରେ ନଜର ରଖିବାକୁ ମଧ୍ୟ କେହି ଗୁରୁତ୍ୱ ଦେଉ ନାହାନ୍ତି ।
ସରକାରଙ୍କ ଲକଡାଉନ ସର୍ଟଡାଉନ ନିୟମକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ପ୍ରଶାସନିକ ଅଧିକାରୀ ମାନଙ୍କର ହୋଇଥିବାବେଳେ ଏଠାକାର ପ୍ରଶାସନିକ ଅଧିକାରୀ ମାନେ ଏପରି ଏକ ଘଡିସନ୍ଦି ମୁହୁର୍ତ୍ତରେ ସେମାନଙ୍କ ଦେଖା ମିଳୁନାହିଁ । ତହସିଲଦାର ଛୁଟିରେ ଥିବାବେଳେ ବିଡିଓଙ୍କ ବଦଳି । ପୁଲିସ ମଧ୍ୟ ସେପରି କିଛି ଠୋସ ପଦକ୍ଷେପ ନେଇ ପାରୁ ନାହିଁ । ନନ୍ଦିପଦା ଥାନାରେ ଅଧିକ ସଂଖ୍ୟକ କର୍ମଚାରୀ ଓ ଗାଡି ନଥିବାରୁ ସବୁ ଅଞ୍ଚଳକୁ ଯାଇ ତନଖି କରିବା ସମ୍ଭବପର ହେଉନାହିଁ ବୋଲି ଥାନା ଅଧିକାରୀ କହୁଛନ୍ତି । ଏପରିସ୍ଥଳେ କରୋନା କଟକଣାକୁ କିପରି ଏ ଅଞ୍ଚଳରେ ସୁଚାରୁରୁପେ ପାଳନ କରାଯିବା ସେନେଇ ପ୍ରଶାସନିକ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.