Home ଅପରାଧ ଅଜଣା ଗାଡି ଧକ୍କାରେ ଡମ୍ପର ମାଲିକଙ୍କ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଡମ୍ପର ମାଲିକଙ୍କ ମୃତ୍ୟୁ

434

ବଡ଼ବିଲ ,ତା ୨୯ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ କଳିଙ୍ଗନଗର ଠାରେ ଆଜି ଭୋର ସମୟରେ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓ ଆର ୧୪ ଜି- ୩୬୬୮ ଡମ୍ପରଟି କଳିଙ୍ଗନଗର ନିକଟ ରାସ୍ତା ଉପରେ ଛିଡ଼ା ହୋଇଥିଲା । ଡମ୍ପରର ମାଲିକ ଭଦ୍ରାସାହିର ସୁରେଶ ଧଳ ଏକ ମୋଟରସାଇକେଲ ଯୋଗେ ମିସ୍ତ୍ରୀକୁ ମରାମତି ନିମନ୍ତେ ଗାଡ଼ି ପାଖକୁ ଆଣିଥିଲେ । ଗାଡ଼ିର ମରାମତି କାର୍ଯ୍ୟ ଚାଲିଥିବା ବେଳେ ସେ ସେଠାରେ ଠିଆ ହୋଇ ଏକ ଟ୍ରଚଲାଇଟରେ ମିସ୍ତ୍ରୀକୁ ଲାଇଟ ଦେଖାଉଥିଲେ । ସେହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ସେଠାରୁ ପଳାଇ ଯାଇଥିଲା । ଧକ୍କା ହେବା ଫଳରେ ମିସ୍ତ୍ରୀ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ବେଳେ ମାଲିକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ମାଲିକ ଧଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାର ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.