Home କେନ୍ଦୁଝର ହାଟଡିହି ବ୍ଲକରେ ପୁଣି ୧୮ଆକ୍ରାନ୍ତ ଚିହ୍ନଟ, ୨୬୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି ବ୍ଲକରେ ପୁଣି ୧୮ଆକ୍ରାନ୍ତ ଚିହ୍ନଟ, ୨୬୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

55

ହାଟଡିହି- ୧୨ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତିନିଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ଟପିଲାଣି । ଗତକାଲି ଗୋଟିଏ ଦିନରେ ପୁଣି ୧୮ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେଯାଇ ୨୬୨ରେ ପହଞ୍ଚିଛି । ଗତକାଲି ବଞ୍ଚୋ ପଞ୍ଚାୟତରେ ୯ଜଣ, ଓରାଳି ପଞ୍ଚାୟତରେ ଜଣେ, ବଡରମ୍ପାସ ପଞ୍ଚାୟତରେ ଜଣେ, ଶାସଙ୍ଗ ପଞ୍ଚାୟତରେ ଜଣେ, ସମଣା ପଞ୍ଚାୟତରେ ଜଣେ, ହାବଳେଶ୍ୱର ପଞ୍ଚାୟତରେ ଜଣେ, ଷଡଙ୍ଗ ପଞ୍ଚାୟତରେ ଜଣେ,ପଞ୍ଚୁଗୋଛିଆ ପଞ୍ଚାୟତରେ ଦୁଇଜଣ ଓ ପନ୍ଦାଡୋ ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଛନ୍ତି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.