ହାଟଡ଼ିହି, ୫ / ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସଞ୍ଜୁଳତା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡିଓ ଜୟଦେବ ଦାସ ପଞ୍ଚାୟତରାଜ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ସହିତ ପଞ୍ଚାୟତରାଜ ବ୍ୟବସ୍ଥାକୁ ଦୃଢ଼ୀଭୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ବିଡିଓ ଜୟଦେବ ଦାସ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ହାଟଡିହି ସରପଞ୍ଚ ଅନୁସୁୟା ସେଠୀ, ଅକରୁଆ ସରପଞ୍ଚ କୌଶଲ୍ୟା ସେଠୀ, ମରୈଗାଁ ସରପଞ୍ଚ ନକୁଳ ଦାସଙ୍କ ସମେତ ବହୁ ଜନପ୍ରତିନିଧି ମାନେ ବିଜୁବାବୁଙ୍କ ଜୀବନାର୍ଦଶ ଉପରେ ଆଲୋକପାତ କରିବା ସହିତ ପଞ୍ଚାୟତରାଜ ବ୍ୟବସ୍ଥା ଦ୍ୱାରାହିଁ ବିକାଶ ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବାର୍ତ୍ତା ଟିଭି ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଜିପିଓ ନବୀନ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ମୁଖ୍ୟ କିରାଣୀ ହର କୁମାର ନାୟକ, କେସିୟର ହରେକୃଷ୍ଣ ପ୍ରଧାନ, କନିଷ୍ଠଯନ୍ତ୍ରୀ ସୁପ୍ରଭା ପ୍ରଧାନ, ଜ୍ୟୋତିରଞ୍ଜନ ସାମନ୍ତରାୟ, ଶ୍ରଦ୍ଧାଞ୍ଜଳୀ ସାହୁ,ପ୍ରଶାନ୍ତ କୁମାର ସେଠୀ, ନିରଞ୍ଜନ ବାରିକ, ଅବିନାଶ ପତି, ରାଜେଶ କୁମାର ସାହୁ, ମନୋଜ କୁମାର ସେଠୀ, ଜ୍ୟୋତି ରଞ୍ଜନ ମିଶ୍ର, ଜିଆରଏସ ବିକାଶ କୁମାର ଜେନା, ରଞ୍ଜନ ମଲ୍ଲିକ, ପ୍ରଶାନ୍ତ କୁମାର ବାରିକ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିବା ବେଳେ ଅବିନାଶ ପତି ମଞ୍ଚ ସଂଯୋଜନା କରିଥିଲେ । ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ ମହିଳା ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରି ବିଜୁବାବୁ ମହିଳା ମାନଙ୍କ ପ୍ରତି ଥିବା ଦରଦକୁ ପ୍ରମାଣ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ ।