Home କେନ୍ଦୁଝର ସଢ଼ାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ, ନବୀନ ବାବୁଙ୍କ ଆଶାକୁ ପୁରଣ କରିବାକୁ ବିଧାୟକଙ୍କ ଆହ୍ୱାନ

ସଢ଼ାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ, ନବୀନ ବାବୁଙ୍କ ଆଶାକୁ ପୁରଣ କରିବାକୁ ବିଧାୟକଙ୍କ ଆହ୍ୱାନ

15

ହାଟଡ଼ିହି, ୫ / ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ)  ହାଟଡିହି ବ୍ଲକ ସଢ଼ାଠାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଓଡିଶାକୁ ୧ନଂ ରାଜ୍ୟରେ ପରିଣତ କରିବାପାଇଁ ନବୀନ ବାବୁଙ୍କ ଆଶାକୁ ପୁରଣ କରିବାକୁ ସମସ୍ତ ବିଜୁଜନତା ଦଳର କର୍ମୀମାନେ ଲାଗିପଡିବାକୁ ବିଧାୟକ ଶ୍ରୀ ସେଠୀ ଆହ୍ୱାନ ଦେଇଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଏବେ ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବାବେଳେ ତାଙ୍କ ସ୍ୱଚ୍ଛ ଶାସନ ଦ୍ୱାରା ଓଡିଶା ଏବେ ପ୍ରଗତୀ ପଥରେ ଅଗ୍ରସର । ଓଡିଶାରେ ପୁର୍ନବାର ବିଜୁ ଜନତାଦଳ ଶାସନ କରିବା ସହ ଆଗାମୀ ଦିନରେ ବିଜୁବାବୁ ୬ଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିବା ଦୃଢ଼ ନିଶ୍ଚିତ ବୋଲି ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ପାଇଁ ଛେନାପଦିଛକ ଠାରୁ ହଜାର ହଜାର କର୍ମୀ ଏକ ବାଇକ ଶୋଭାଯାତ୍ରାରେ ବାହାରି ସଢ଼ା ବୈଦ୍ୟନାଥ ମନ୍ଦିର ପ୍ରାଙ୍ଗଣ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ହାଟଡିହି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବରିଷ୍ଠ ବିଜେଡି ନେତା ବିଜୟ କୁମାର ରାଉତ, ଶଶାଙ୍କ ଶେଖର ପୁହାଣ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ବିଜେଡି ଉପସଭାପତି ଦେବ ରଞ୍ଜନ ସାହୁ, ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ରତିକାନ୍ତ ରାଉତ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ଆନନ୍ଦପୁର ବ୍ଲକ ସଭାପତି ଗିରିଧାରୀ ମହାନ୍ତ, ସଢ଼ା ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାମଲ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନା ସମ୍ପର୍କରେ ମତବଞକ୍ତ କରିଥିଲେ । ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ପୁର୍ବତନ ବ୍ଲକ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିପ୍ତୀରଞ୍ଜନ ଦାସ, ତାରିଣୀ ସେନାପତି, ବୁଦ୍ଧଦେବ ଜେନା, ଶତୃଘ୍ନ ପାତ୍ର, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ସରପଞ୍ଚ ଅମରେନ୍ଦ୍ର ଧଳ, ଶ୍ରୀଧର ବେହେରା, ସରପଞ୍ଚ କୌଶଲ୍ୟା ସେଠୀ, ସରପଞ୍ଚ ରାମଚନ୍ଦ୍ର ଦାସ, ଗୌରାଙ୍ଗ ରଣା, କଳ୍ପତରୁ ସେଠୀ, ଧୁଶାସନ ସାହୁ, ଦତ୍ତାତ୍ରୟ ରାୟ ସର୍ଦ୍ଦାର, ଜିତେନ୍ଦ୍ର ଜେନା, ବଳରାମ ସାହୁ, ଲକ୍ଷ୍ମୀଧର ଜେନା, ଗୋପାଳ ନାୟକ, ପ୍ରଦୀପ ଜେନା, ମଦନ ନନ୍ଦୀଙ୍କ ସମେତ ଅନେକ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.