Home କେନ୍ଦୁଝର ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା

ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା

107

ହାଟଡିହି- ୨ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ )କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇଦିନ ଭିତରେ ବ୍ଲକରେ ମୋଟ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ଶହେ ଟପିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ମିଳିଛି । ଗତକାଲି କଳିଗାଁରେ ଜଣେ, ଡଅଁରରେ ଜଣେ, ଅଁରାରେ ଜଣେ, ବାଲିବରେଇରେ ଜଣେ, ସୋସୋରେ ଦୁଇଜଣ, ଆମ୍ବୋରେ ଜଣେ, ଓରାଳିରେ ଜଣେ, ପନ୍ଦାଡୋରେ ୨ଜଣ ଓ ଶାସଙ୍ଗରେ ଜଣେ ଚିହ୍ନଟ ହୋଇଛନ୍ତି । ଫଳରେ ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.