Home କେନ୍ଦୁଝର କାଳବୈଶାଖିର ତାଣ୍ଡବ, ଭାଙ୍ଗିଲା ଘର ଓ ବିଦ୍ୟୁତ ଟ୍ରାନସଫରମର

କାଳବୈଶାଖିର ତାଣ୍ଡବ, ଭାଙ୍ଗିଲା ଘର ଓ ବିଦ୍ୟୁତ ଟ୍ରାନସଫରମର

371

ହାଟଡ଼ିହି-୨ /୫, (ଓଡିଆପୁଅ / ବିକାଶ ବିଶ୍ୱାଳ )କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତର ତେଲସିଙ୍ଗା ଗ୍ରାମରେ କାଳବୈଶାଖିର ତାଣ୍ଡବ ଯୋଗୁଁ ଗୋଟିଏ ବିଦ୍ୟୁତ ଟ୍ରାନସଫରମର ଭାଙ୍ଗି ପଡିଥିବାବେଳେ ଅନେକ ଗଛପତ୍ର ଉପୁଡି ପଡିଛି । ଅନେକ ଘର ଭାଙ୍ଗି ଯାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ଅପରାହ୍ନ ୪ଟାବେଳେ ହଠାତ ମେଘପବନ ଆସିବା ସହିତ ଘୁର୍ଣ୍ଣିଝଡ ସୃଷ୍ଟି ହୋଇ ଗାଁରେ ବ୍ୟାପକ କ୍ଷୟକ୍ଷତି କରିଛି । ଗାଁରେ ଅନେକ ବଡବଡ ଗଛ ଉପୁଡି ପଡିଛି । ଗାଁରେ ଗତ ଦୁଇବର୍ଷ ପୁର୍ବେ ନୁଆକରି ଲାଗିଥିବା ଏକ ଟ୍ରାନସଫରମର ଉପରେ ଏକ ଗଛ ଉପୁଡି ପଡିବାରୁ ଟ୍ରାନସଫରମର ଟି ସମ୍ପୁର୍ଣ୍ଣ ଭାଙ୍ଗି ତଳେପଡି ଚୁରମାର ହୋଇଯାଇଛି । ସେହିପରି ଗାଁର ଦେବାନନ୍ଦ ସତପଥିଙ୍କ ଘର ଉପରେ ଏକ ଗଛ ପଡି ଘରଟି ଭାଙ୍ଗିଯିବା ସହିତ ନରହରି ପାଢ଼ୀଙ୍କ ଏକ ଘରର ଆଜବେଷ୍ଟସ ଉଡି ଯାଇଛି । ଗାଁର ଅନେକ ଲୋକଙ୍କ ଚାଳଛପର ଘର ଉଡିଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.