Home କେନ୍ଦୁଝର ହାଟଡିହି ବ୍ଲକରୁ ପୁଣି ୬ ପଜେଟିଭ ଚିହ୍ନଟ, ୯୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି ବ୍ଲକରୁ ପୁଣି ୬ ପଜେଟିଭ ଚିହ୍ନଟ, ୯୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

332

ହାଟଡିହି ୫ । ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ହାଟଡିହି ବ୍ଲକରୁ ଆଜି ପୁଣି ୬ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଷଡଙ୍ଗରେ ୩ଜଣ ହୋଇଥିବାବେଳେ ସେହି ପଞ୍ଚାୟତର ମତାବାଜ ଗ୍ରାମର ଜଣେ, ଓରାଳି ଟିଏମସିରୁ ଜଣେ, ହାଟଡିହି ଟିଏମସିରୁ ଜଣେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ମିଳିଛି । ଆଜି ଚିହ୍ନଟ ହୋଇଥିବା ଷଡଙ୍ଗ ଗ୍ରାମର ତିନୋଟି ଭିନ୍ନ ଭିନ୍ନ ପରିବାରରୁ ତିନିଜଣ ଆକ୍ରାନ୍ତ ହୋଇଥିବାବେଳେ ଏମାନେ ପୁର୍ବ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିଲେ । ସେହିପରି ମତବାଜ ଗ୍ରାମର ଆକ୍ରାନ୍ତ ଜଣକ ପୁର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ସେହିପରି ଓରାଳି ଟିଏମସିରୁ ପଜେଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ହାଇଦ୍ରାବାଦ ଫେରନ୍ତା । ସେ ହାଇଦ୍ରାବାଦରୁ ଫେରିବାପରେ ଓରାଳି ଟିଏମସିରେ ରହିଥିଲେ । ସେହିପରି ହାଟଡିହି ଟିଏମସିର ଆକ୍ରାନ୍ତ ଜଣକ କଲିକତା ଫେରନ୍ତା ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.