Home କେନ୍ଦୁଝର ହାଟଡିହି ବ୍ଲକରୁ ପୁଣି ୬ପଜେଟିଭ ଚିହ୍ନଟ ,ପଜେଟିଭ ସଂଖ୍ୟା ୬୪ରେ ପହଞ୍ଚିଲା

ହାଟଡିହି ବ୍ଲକରୁ ପୁଣି ୬ପଜେଟିଭ ଚିହ୍ନଟ ,ପଜେଟିଭ ସଂଖ୍ୟା ୬୪ରେ ପହଞ୍ଚିଲା

310

ହାଟଡିହି ୨୬ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଆଜି ପୁଣି ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଶାଳଣିଆଁ ପଞ୍ଚାୟତ ସୋଲପଟା ଗ୍ରାମର ବୋଲି ଜଣାପଡିଛି । ସେମାନେ ପୁର୍ବ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିଲେ । ଆଜି ସେମାନଙ୍କ ରିପୋର୍ଟ ପଜେଟିଭ ଜଣାପଡିବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ୬ଜଣଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ରେ ପହଞ୍ଚି ଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାଯାଇଛି । ଡଅଁର ଗ୍ରାମର ଜଣେ ଯୁବତୀ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କ ସଂଷ୍ପର୍ଶରେ ଆସିଥିବା ଲୋକମାନଙ୍କ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୧୩ଜଣ ସଂକ୍ରମିତ ହୋଇଥିବାରୁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୁର୍ବ ଆକ୍ରାନ୍ତ ଯୁବତୀ ଜଣକ ଡାକ୍ତରଖାନା, ନିଜ ବନ୍ଧୁ ଘରକୁ ବୁଲିବାକୁ ଯିବାସହ ତାଙ୍କ ପରିବାର ଲୋକମାନେ ଗାଁରେ ଅନେକ ଲୋକଙ୍କ ସହ ମିଳାମିଶା କରିଛନ୍ତି । ଏହାକୁନେଇ ଶାଳଣିଆଁ ଓ ଡଅଁର ପଞ୍ଚାୟତରେ ଭୟର ବାତାବରଣ ଖେଳିଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ୪ଦିନ ହେଲା ଡଅଁର ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁଘର ବୁଲି ସର୍ଭେ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.