Home ଓଡ଼ିଶା ଯୋଡା – ଟାଟା ଷ୍ଟିଲ କୋଭିଡ ଡାକ୍ତରଖାନାରେ ୩୫ ସଂକ୍ରମିତଙ୍କ ଚିକିତ୍ସା

ଯୋଡା – ଟାଟା ଷ୍ଟିଲ କୋଭିଡ ଡାକ୍ତରଖାନାରେ ୩୫ ସଂକ୍ରମିତଙ୍କ ଚିକିତ୍ସା

132

ଯୋଡା, ୨୬/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା ଚିନ୍ତାର କାରଣ ପାଲଟିଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲ୍‌ା ପ୍ରଶାସନ ପକ୍ଷରୁ ଯୋଡାରେ ଅବସ୍ଥିତ ଟାଟା ଡାକ୍ତରଖାନାକୁ ୫୦ ସଜ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନାରେ ପରିଣତ କରାଯାଇଛି । ଏଠାରେ ଗୁରୁତର ରୋଗୀଙ୍କ ପାଇଁ ୪ଟି ଫେଣ୍ଟିଲେଟର ବ୍ୟବସ୍ଥା ରହିଛି । ଯୋଡାର ନିକଟବର୍ତ୍ତି ସହର ବଡବିଲରେ ଜିଲ୍ଲାର ସର୍ବାଧିକ କରୋନା ସଂକ୍ରମଣ ଚିହ୍ନଟ କରାଯାଇଥିବା ବେଳେ ଏହା ଯୋଡା ସହର ପାଇଁ ବିପଦ ସୃଷ୍ଟି କରିଛି । ବାରମ୍ବାର ବଡବିଲକୁ ସଟ୍ ଡାଉନ ଘୋଷଣା କରାଯାଉଥିଲେ ମଧ୍ୟ କିଛି ଅମାନିଆ ବ୍ୟକ୍ତି ମୋଟରସାଇକେଲ ଯୋଗେ ଜଙ୍ଗଲ ବାଟ ଦେଇ ଯୋଡାରୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର କିଣିବାକୁ ଆସୁଥିବା ବେଳେ ଏହା ଯୋଡାରେ ସଂକ୍ରମଣର ଏକ ମାଧ୍ୟମ ପାଲଟିବ ବୋଲି ଯୋଡା ବାସୀ ଭୟବିତ ହୋଇପଡିଛନ୍ତି । ଯୋଡା ପୌରପାଳିକାର ସମୟଚିତ ପଦକ୍ଷେପ ଯୋଗୁଁ ଯୋଡାରେ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଅବସ୍ଥା ସଙ୍ଗୀନ ହେବାରେ ଲାଗିଛି । ସଦରମହକୁମାରେ ଥିବା କୋଭିଡ ଡାକ୍ତରଖାନାରେ ସ୍ଥାନ ଅଭାବରୁ ଟାଟା ଡାକ୍ତରଖାନାକୁ ସଂକ୍ରମିତ ମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି । ଶନିବାର ବିଳମ୍ବିତ ରାତ୍ରୀରେ ପ୍ରଥମ ପର୍ଯ୍ୟାୟରେ ୨୩ଜଣ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ରବିବାର ୧୨ ଜଣ ସଂକ୍ରମିତଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଟାଟା ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ନିଜ ପରିବାରକୁ ନଫେରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ସେମାନଙ୍କ ରହିବା ନିମନ୍ତେ ସ୍ୱତନ୍ତ୍ର ଗେଷ୍ଟ ହାଉସର ବ୍ୟବସ୍ଥା କରାଯାଇଛି । ସମଗ୍ର ଜିଲ୍ଲାରେ ଯେଉଁ ହାରରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଆଉ ଦିନେ କି ଦୁଇ ଦିନ ମଧ୍ୟରେ ଟାଟା ଡାକ୍ତରଖାନାରେ ଅବଶିଷ୍ଟ ସଜ୍ୟା ପୂରଣ ହେବା ସହ ରୋଗୀମାନଙ୍କ ପାଇଁ ସଜ୍ୟା ନିଅଣ୍ଟ ପଡିବ ବୋଲି ଉଦ୍‌ବେଗ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.