Home କେନ୍ଦୁଝର ହାଟଡିହି ବ୍ଲକରୁ ପୁଣି ୨ପଜେଟିଭ ଚିହ୍ନଟ

ହାଟଡିହି ବ୍ଲକରୁ ପୁଣି ୨ପଜେଟିଭ ଚିହ୍ନଟ

572

ହାଟଡିହି ୨୯ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଆଜି ପୁଣି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ଶାଳଣିଆଁ ପଞ୍ଚାୟତର ବୋଲି ଜଣାପଡିଛି । ଶାଳଣିଆଁ ବଜାରରେ ଔଷଧ ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତି ଅସୁସ୍ଥ ହେବାରୁ ସେ ଭୁବନେଶ୍ୱର ଯାଇ ଚିକିତ୍ସିତ ହେଉଥିବାବେଳେ ସେ ଓ ତାଙ୍କ ପତ୍ନୀ ସ୍ୱାବ ନମୁନା ପରୀକ୍ଷା ପାଇଁ ଦେଇଥିବାବେଳେ ଉଭୟ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଆଜି ସନ୍ଧ୍ୟାରେ ଏହି ରିପୋର୍ଟ ଆସିବାପରେ ଘରେଥିବା ତାଙ୍କ ପତ୍ନୀଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଇ ଦିଆଯାଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁତ୍ରରୁ ଜଣାଯାଇଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚି ଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.