Home ଓଡ଼ିଶା ଯୋଡା ଷ୍ଟେଟ ବ୍ୟାଙ୍କରେ ୨ କରୋନା ସଂକ୍ରମିତ ଚିହ୍ନଟ ପରେ ବ୍ୟାଙ୍କ ସିଲ୍ କଲା ସ୍ଥାନୀୟ...

ଯୋଡା ଷ୍ଟେଟ ବ୍ୟାଙ୍କରେ ୨ କରୋନା ସଂକ୍ରମିତ ଚିହ୍ନଟ ପରେ ବ୍ୟାଙ୍କ ସିଲ୍ କଲା ସ୍ଥାନୀୟ ପ୍ରଶାସନ

166

ଯୋଡା, ୨୯/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବୁଧବାର ସନ୍ଧ୍ୟାରେ ଯୋଡାସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ସଂକ୍ରମିତ ଅଞ୍ଚଳ ଭାବେ ସ୍ଥାନୀୟ ପ୍ରଶାସନ ତରଫରୁ ଘୋଷଣା କରାଯାଇଛି । ଏହି ବ୍ୟାଙ୍କଟିକୁ ସିଲ୍ କରାଯିବା ସହିତ ପରବର୍ତ୍ତି ସରକାରୀ ଅନୁମତି ନମିଳିବା ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଏହି ବ୍ୟାଙ୍କର ୩ଜଣ କର୍ମଚାରୀ ଜଣେ ଗଜପତି, ଜଣେ ରାଉରକେଲା, ଅନ୍ୟ ଜଣେ ବ୍ୟାଙ୍କରେ କାର୍ଯ୍ୟରତ ଗୋଟିଏ କୋଠରୀ ଭିତରେ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଗଜପତିରୁ ଆସିଥିବା କର୍ମଚାରୀଙ୍କର କେତେକ ସଂକ୍ରମଣର ଲକ୍ଷଣ ଦେଖିବାକୁ ମିଳିଥିଲା । ଫଳରେ ପୌରପାଳିକା ପକ୍ଷରୁ ୩ଜଣଙ୍କୁ ସଂଘରୋଦ୍ଧ କେନ୍ଦ୍ରରେ ୫ଦିନ ତଳେ ରଖାଯାଇ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ଜଣ ସଂକ୍ରମିତ ଥିବା ଜଣାପଡିଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ୫ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ବୁଧବାର ସଂଘରୋଦ୍ଧ କେନ୍ଦ୍ରକୁ ପଠାଯିବା ସହିତ ସେମାନଙ୍କର ସ୍ୱାବ ପରୀକ୍ଷା ପାଇଁ ପଠାଯିବ ବୋଲି ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.