Home କେନ୍ଦୁଝର ହାଟଡିହି ବ୍ଲକରୁ ପୁଣି ୧୭ପଜେଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଶହ ଟପିଲା

ହାଟଡିହି ବ୍ଲକରୁ ପୁଣି ୧୭ପଜେଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଶହ ଟପିଲା

424

ହାଟଡିହି -୧୪ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକରୁ ପୁଣି ଆଜି ୧୭କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆଜି ପ୍ରଥମଥର ପାଇଁ ସୋସୋ, ବାଲିବରେଇ, ବଞ୍ଚୋ ପଞ୍ଚାୟତରୁ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ବିଭିନ୍ନ ରାଜ୍ୟରୁ ଫେରି ସୋସୋ ଟି.ଏମ.ସି.ରେ ଥିବା କାନପୁର ଗ୍ରାମର ୬ଜଣ ଓ ମରଚାଇପଦା ଗ୍ରାମର୨ଜଣ ଏହିପରି ୮ଜଣ ଚିହ୍ନଟ ହୋଇଥିବାବେଳେ ବାଲିବରେଇ ପଞ୍ଚାୟତ ସଂଗରୋଧ କେନ୍ଦ୍ରରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବଞ୍ଚୋର ଦୁଇଜଣ ବ୍ୟକ୍ତି ବାଂଶପାଳର ଏକ କମ୍ପାନୀରେ ରହି କାମ କରୁଥିବାବେଳେ ଅସୁସ୍ଥ ହେବାରୁ ଘରକୁ ପଳାଇଆସି ନିକଟସ୍ଥ ସ୍କ୍‌ୁଲରେ ସଂଗରୋଧରେ ଥିଲେ । ଆଜି ପଜେଟିଭ ରିପୋର୍ଟ ଆସିବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ କୋଭିଡ ହସପିଟାଲକୁ ପଠାଯିବାର ବ୍ୟବସ୍ଥା କରାଯାଉଛି । ଆଜି ସୁଧା ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ରେ ପହଞ୍ଚିଛି । ସେଥିମଧ୍ୟରୁ ୧୧୧ଜଣ ଏବେ ସୁଧା ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୪୫ଜଣ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.