Home କେନ୍ଦୁଝର ଛେନାପଦିରେ ଅଭିନବ ଠକେଇ

ଛେନାପଦିରେ ଅଭିନବ ଠକେଇ

359

ହାଟଡିହି -୧୪ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଛେନାପଦି ମାର୍କେଟରେ ଆଜି ଏକ ଅଭିନବ ଠକେଇ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଛୋଟ ଶିଶୁକୁ ବସେଇଦେଇ ଜଣେ ଠକ ଦେଢ଼ କୁଇଟାଲ ମାଛ କାଟିଦେବା ସହିତ ମାଛ ବ୍ୟବସାୟୀଙ୍କ ଠାରୁ ହଜାରେ ଟଙ୍କା ନେଇ ଛୁ ମାରିଛି । ଖବରରୁ ଜଣାଯାଇଛି ଯେ ଆଜି ସକାଳୁ ସକାଳୁ ଜଣେ ଯୁବକ ଏକ ଛୋଟ ଛୁଆକୁ ସାଥିରେ ଧରି ଆସି ଛେନାପଦିଛକର ଏକ ଗ୍ରୋସରୀ ଦେକାନରୁ ୧୦ହଜାରରୁ ଉର୍ଦ୍ଧ ଟଙ୍କାର ସଉଦା କରିଥିଲେ । ସେହିପରି ଏକ ମାଛ ଦୋକାନକୁ ଯାଇ ବାହାଘର ଭୋଜି ଅଛି ସେଥିପାଇଁ ଦେଢ଼ କୁଇଣ୍ଟାଲ ମାଛ ଓଜନ କରି କାଟିବାକୁ ଅର୍ଡର ଦେଇଥିଲେ । ଲକଡାଉନ ସମୟରେ ଦେଢ଼ କୁଇଣ୍ଟାଲ ମାଛ ଅର୍ଡର ପାଇ ମାଛ ବ୍ୟବସାୟୀ ଜଣକ ଖୁସିରେ ମାଛ କାଟିବାକୁ ଲାଗିପଡିଥିଲେ । ଉକ୍ତ ଠକ ଜଣକ ସାଙ୍ଗରେ ଥିବା ଛୁଆଟିକୁ ମାଛ ବ୍ୟବସାୟୀଙ୍କ ନିକଟରେ ଜିମାଦେଇ ମାଛବ୍ୟବସାୟୀ ଠାରୁ ହଜାରେ ଟଙ୍କା ମାଗିଆଣିଥିଲା । ସେଠାରୁ ସେ ପୁଣି ଗ୍ରୋସରୀ ଦୋକାନକୁ ଯାଇ ୨ହଜାର ଟଙ୍କା ଦିଅ ମୁଁ ସମସ୍ତ ଟଙ୍କା ଏକାସଙ୍ଗରେ ଦେଉଛି ବୋଲି କହିଥିଲା । ମାତ୍ର ଗ୍ରୋସରୀ ଦୋକାନୀର ଏହି ପିଲାର ଚାଲି ଚଳନିରେ ସନ୍ଦେହ ହେବାରୁ ଟଙ୍କା ଦେବାକୁ ମନାକରିବାରୁ ସେ ତରବରରେ ପଳାଇଆସି କେଉଁଆଡେ ଛୁ ମାରିଥିଲା । ଗ୍ରୋସରୀ ଦୋକାନୀ ଜଣକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ପୁନଶ୍ଚି ଖୋଲିଥିବା ବିଭିନ୍ନ ସାମଗ୍ରୀକୁ ପୁଣି ଦୋକନରେ ସାଇତି ରଖିଥିଲା । ସେପଟେ ମାଛ ବ୍ୟବସାୟୀ ଜଣକ ମାଛ କାଟିସାରି ଯୁବକକୁ ଖୋଜି ଖୋଜି ନୟାନ୍ତ ହେବାପରେ ଛୋଟ ଛୁଆଟି ନିକଟରୁ ପରିଚୟ ସଂଗ୍ରହକରି ତାଙ୍କ ଘରକୁ ଯାଇଥିଲେ । ମାତ୍ର ଛୁଆର ପରିବାର ଲୋକେ ସେ ଯୁବକକୁ ଠିକ ଭାବେ ଜାଣି ନାହାନ୍ତି, ସେ ଗତ କିଛିଦିନ ହେଲା ଆଖପାଖ ଗାଁରେ ବୁଲାବୁଲି କରୁଥିଲା । ସେ ଯୁବକ ଜଣକ ତାଙ୍କ ଛୁଆକୁ ଛେନାପଦି ମାର୍କେଟ ବୁଲାଇବାକୁ ଡାକିନେଇଥିଲା ବୋଲି ପରିବାର ଲୋକ କହିଛନ୍ତି । ଉକ୍ତ ଠକ ଯୁବକର ପରିଚୟ ମିଳିପାରିନି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.