Home କେନ୍ଦୁଝର ହାଟଡିହି ଦମକଳ କେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ

ହାଟଡିହି ଦମକଳ କେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ

116

ହାଟଡ଼ିହି,୩ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ଦମକଳ କେନ୍ଦ୍ରରେ ୭୨ତମ ବନମହୋତ୍ସବ ପାଳିତ ହୋଇଛି । ହଦଗଡ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଆନୁକୁଲ୍ୟରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ହାଟଡିହି ବିଡିଓ ବିନିତା ବିଜୟନୀ, ଏସିଏଫ ସୁରେଶ ଚନ୍ଦ୍ର ସେଠୀ, ରେଞ୍ଜର ସୁମିତ ମହାନ୍ତି, ଅଗ୍ନିଶମ ଅଧିକାରୀ ସୂର୍ଯ୍ୟମଣୀ ନାୟକ ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ପାଳନର ମହତ୍ୱ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ସହିତ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ଏଥିରେ ଏଲ.ଏଫ.ଏମ ସୁରେଶ କୁମାର ଜେନା, ହାବିଲଦାର ଦିପକ ନାୟକ, ଡ୍ରାଇଭର ସୁଶାନ୍ତ ନାୟକ, ଭାଗବତ ନାୟକ, ମାନଭଞ୍ଜନ ସାହୁ, ମହିମା ଦଳେଇ, ସତ୍ୟବ୍ରତ ବାରିକ, ରାକେଶ ସେନାପତି ପ୍ରମୁଖ ବୃକ୍ଷରୋପଣ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.