Home କେନ୍ଦୁଝର ଚୋରା ମୋରମ ବୋଝେଇ ଗାଡି ଜବଦ, ସ୍କୁଟି ନମ୍ବରରେ ଚାଲିଛି ଟ୍ରକ

ଚୋରା ମୋରମ ବୋଝେଇ ଗାଡି ଜବଦ, ସ୍କୁଟି ନମ୍ବରରେ ଚାଲିଛି ଟ୍ରକ

128

ହାଟଡ଼ିହି,୩ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ତହସିଲ ପକ୍ଷରୁ ଏକ ଚୋରା ମୋରମ ବୋଝେଇ ମିନି ଟ୍ରକ ଜବଦ କରାଯାଇଛି । ଗତକାଲି ଓଡି୦୯ଏଚ ୩୭୦୭ ନମ୍ବର ବିଶିଷ୍ଟ ଏକ ମିନି ଟ୍ରକରେ ମୋରମ ବୋଝେଇ ହୋଇ ଯାଉଥିବାବେଳେ ହାଟଡିହିର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାଶ ଏହାକୁ ଅଟକାଇ ମୋରମର ରଞଲଟି ପେପର ମାଗିବାରୁ ଗାଡି ଚାଳକ ତାହା ଦେଖାଇ ପାରିନଥିଲା । ଫଳରେ ତହସିଲଦାର ଗାଡିଟିକୁ ଜବଦକରି ନନ୍ଦିପଦା ପୁଲିସ ଜିମା ଦେଇଥିଲେ । ଗାଡିଟିର ନମ୍ବର ତନଖି କରିବାରୁ ଏହା ଏକ ସ୍କୁଟି ଗାଡି ନମ୍ବର ବୋଲି ଜଣାଯାଇଛି । ଗାଡିଟି ବହୁଦିନ ହେଲା ଏହି ନମ୍ବର ଲଗାଇ ଚୋରା ମୋରମ ବୋହୁଥିବା ଜାଣିବାକୁ ମିଳିଛି । ପୁଲିସ ଗାଡିର କାଗଜପତ୍ର ଠିକ ନଥିବା କହି ତଦନ୍ତ ଚଳାଇଛି ବୋଲି ସୁଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.