Home କେନ୍ଦୁଝର ହାଟଡିହି ଜେଏମଏଫସି କୋର୍ଟ ପାଇଁ ବିଚାରପତି ନିଯୁକ୍ତ

ହାଟଡିହି ଜେଏମଏଫସି କୋର୍ଟ ପାଇଁ ବିଚାରପତି ନିଯୁକ୍ତ

16

ହାଟଡ଼ିହି, ୧୯ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ ନିକଟରେ ହେବାକୁଥିବା ଜେଏମଏଫସି କୋର୍ଟ ପାଇଁ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା ବିଚାରପତି ନିଯୁକ୍ତ କରାଯାଇଛି । ଏଥିପାଇଁ ଗତ ୧୮ତାରିଖରେ ମାନ୍ୟବର ହାଇକୋର୍ଟ ରେଜିଷ୍ଟାରଙ୍କ ଦ୍ୱାରା ପ୍ରଦତ୍ତ ଚିଠିରେ ପ୍ରତିମା ସାହୁଙ୍କୁ ହାଟଡିହିର ଜେଏମଏଫସି ଭାବେ ନିଯୁକ୍ତି ଦିଆଯାଇଛି । ଯାହାକୁନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଦୀର୍ଘବର୍ଷ ହେଲା ହାଟଡିହିରେ ଜେଏମଏଫସି କୋର୍ଟ ଖୋଲିବାନେଇ ଦାବି ହୋଇଆସୁଥିବାବେଳେ ଏଥିଲାଗି ବ୍ଲକ ଓ ପଞ୍ଚାୟତ ଅନୁଦାନରେ ଆବଶ୍ୟକୀୟ ଅଫିସ ଗୃହ କାର୍ଯ୍ୟ ସମାପ୍ତ ହୋଇଥିଲା । ଏପରିକି ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଏନେଇ ବାରମ୍ବାର ଆନ୍ଦୋଳନ କରାଯାଇ ଉଚ୍ଚ କର୍ତ୍ତୁପକ୍ଷଙ୍କ ଠାରେ ଦାବି ଉପସ୍ଥାପିତ କରାଯାଇଥିଲା । ଦୁଇବର୍ଷ ହେଲା ଘରକାମ ସମାପ୍ତ ହେବାପରେ ମଧ୍ୟ କାର୍ଯ୍ୟାଳୟ ଖୋଲିବାନେଇ କୌଣସି ସୁଚନା ଦିଆଯାଉ ନଥିବାବେଳେ ବିଚାରପତି ନିଯୁକ୍ତ ହେବାପରେ କୋର୍ଟ ପ୍ରତିଷ୍ଠା ହେବାନେଇ ନିଶ୍ଚିତ ହୋଇଛି । ଆସନ୍ତା ଜାନୁୟାରୀରେ ଏହା ଉଦଘାଟନ ହେବାର ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.