Home କେନ୍ଦୁଝର ହାଟଡିହି- ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ବ୍ଲକ ଅଧ୍ୟକ୍ଷ ପଦବୀ

ହାଟଡିହି- ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ବ୍ଲକ ଅଧ୍ୟକ୍ଷ ପଦବୀ

41

ହାଟଡ଼ିହି, ୧୧/୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତ ପଞ୍ଚାୟତ ନିର୍ବାଚନରେ ହାଟଡିହି ବ୍ଲକର ଅଧ୍ୟକ୍ଷ ପଦବୀ ପୁନର୍ବାର ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ପୁର୍ବରୁ ୨୦୧୭ରେ ଏହା ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇ ଥିବାବେଳେ ଶାସଙ୍ଗ ପଞ୍ଚାୟତରୁ ବିପୁଳ ଭୋଟରେ ବିଜୟୀ ହୋଇଥିବା ସଞ୍ଜୁଲତା ବିଶ୍ୱାଳ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ୨୦୧୨ରେ ଏହା ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଇଞ୍ଚୋଳ ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିବା ସାବିତ୍ରୀ ସେଠୀ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୦୭ରେ ଏହା ଓବିସିଙ୍କ ପାଇଁ ସଂରକ୍ଷିତ ଥିବାବେଳେ ବାଙ୍ଗୋର ପଞ୍ଚାୟତରୁ ସଭିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ପର୍ଶୁରାମ ପେଡା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୨ରେ ଏହି ପଦବୀ ଅସଂରକ୍ଷିତ ରହିଥିବାରୁ ଷଡଙ୍ଗ ପଞ୍ଚାୟତରୁ ନିର୍ବାଚିତ ହୋଇଥିବା ପ୍ରଶାନ୍ତ ସ୍ୱାଇଁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇôତଲେ । । ସେହିପରି ୧୯୯୭ରେ ଏହା ମଧ୍ୟ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଷଡଙ୍ଗ ପଞ୍ଚାୟତର ସମିତିସଭ୍ୟା ଶାନ୍ତିଲତା ଯେନା ଅଧ୍ୟକ୍ଷା ପଦ ଅଳଙ୍କୃତ କରିଥିଲେ । ୧୯୯୨ରେ ଏହା ଅନୁସୁଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖଯାଥିଲା, ଏବଂ ପଢ଼ିଆରିପଲ୍ଲୀ ପଞ୍ଚାୟତର ସମିତିସଭ୍ୟ ବନମାଳୀ ନାୟକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
ଏବେ ପୁଣି ଅନୁସୁଚିତ ଜାତିର ମହିଳାଙ୍କ ପାଇଁ ଏହା ସଂରକ୍ଷିତ ରଖାଯାଇଛି । ହାଟଡିହି ବ୍ଲକର ୪ଟି ଜିଲ୍ଲାପରିଷଦ ଜୋନ, ୩୧ଟି ସରପଞ୍ଚ, ୩୧ଟି ସମିତିସଭ୍ୟ ଓ ୪୧୯ଟି ୱାର୍ଡ ପାଇଁ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ୧୭ତାରିଖରୁ ନାମାଙ୍କନପତ୍ର ଦାଖଲ କରାଯିବ । ହାଟଡିହି ବ୍ଲକରେ ୪୧୯ଟି ବୁଥରେ ଆସନ୍ତା ଫେବୃୟାରୀ ୨୦ତାରିଖରେ ନିର୍ବାଚନ ପାଇଁ ଦିନଧାର୍ଯ୍ୟ କରାଯାଇଛି । ମୋଟ ୧ଲକ୍ଷ ୩୦ହଜାର ୨୮୦ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୬୫୮୩୮ଜଣ ପୁରୁଷ ଭୋଟର ହୋଇଥିବାବେଳେ ୬୪୩୬୨ଜଣ ମହିଳା ଭୋଟର ଅଛନ୍ତି । ୪୧୯ଟି ବୁଥ ମଧ୍ୟରୁ ୬୪ଟି ବୁଥ ଅତି ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି । ୨୩୪ଟି ସମ୍ବେଦନଶୀଳ ଓ ୧୨୧ଟି ସାଧାରଣ ବୋଲି ଦର୍ଶାଯାଇଛି । ଆଜି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯିବାପରେ ପ୍ରତି ପଞ୍ଚାୟତରେ ରାଜନୀତି ପାଣିପାଗ ସରଗରମ ହେଲାଣି । ଛକ ବଜାର ମାନଙ୍କରେ ବିଭିନ୍ନ ଆଶାୟୀ ପ୍ରାର୍ôଥଙ୍କ ହୋଡିଂ ନିର୍ବାଚନୀ ଉଷ୍ମତାକୁ ପ୍ରତିପାଦିତ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.