Home କେନ୍ଦୁଝର ହାଟଡିହିରେ ୩କରୋନା ପଜେଟିଭ ଚିହ୍ନଟ, ୩୯ରେ ପହଞ୍ଚିଲା ପଜେଟିଭ ସଂଖ୍ୟା,

ହାଟଡିହିରେ ୩କରୋନା ପଜେଟିଭ ଚିହ୍ନଟ, ୩୯ରେ ପହଞ୍ଚିଲା ପଜେଟିଭ ସଂଖ୍ୟା,

281

ହାଟଡିହି, ୯ । ୭ : (ଓଡିଆପୁଅ) ହାଟଡିହି ବ୍ଲକରେ ଆଜି ତିନିଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିବାବେଳେ ତନ୍ମଧ୍ୟରୁ ୨୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ସୁଧା ମୋଟ ୧୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଆଜି ତିନିଜଣ ଆକ୍ରାନ୍ତ ସଢ଼ା ଓ ଅକରୁଆ ପଞ୍ଚାୟତର । ପ୍ରଥମକରି ଆଜି ସଢ଼ା ପଞ୍ଚାୟତର ଦୁଇଜଣ ପ୍ରବାସୀଙ୍କ ଠାରେ ପଜେଟିଭ ବାହାରିଛି । ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଗୋଆ ଓ ଅନ୍ୟଜଣେ ବାଙ୍ଗାଲୋର ଫେରନ୍ତା ବୋଲି ଜଣାପଡିଛି । ସେମାନେ ଗତ ୮ଦିନ ପୁର୍ବେ ବାଙ୍ଗାଲୋର ଓ ଗୋଆରୁ ଫେରି ସଢ଼ା ଗାର୍ଲସ ହାଇସ୍କୁଲରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରେ ଥିଲେ । ସେମାନେ ଅସୁସ୍ଥ ଥିବାରୁ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷାପାଇଁ ପଠାଯାଇଥିଲା । ଆଜି ରିପୋର୍ଟ ଆସିବାପରେ ତାଙ୍କୁ କୋଭିଡ ହସପିଟାଲକୁ ପଠାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ସରପଞ୍ଚ ଜୟନ୍ତୀ ସାମଲ ପ୍ରକାଶ କରିଛନ୍ତି ।
ସେହିପରି ଅକରୁଆ ପଞ୍ଚାୟତରେ ଆଜି ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ସେ ଦିଲ୍ଲୀ ଫେରନ୍ତା ବ୍ୟକ୍ତି । ସେ ଆସି ବ୍ରାହ୍ମଣୀଦେବୀ ନୋଡାଲ ସ୍କୁଲରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରେ ସଂରୋଧରେ ରହୁଥିଲେ । ଆଜି ତାଙ୍କ ସ୍ୱାବ ରିପୋର୍ଟ ପଜେଟିଭ ଆସିବାପରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ତାଙ୍କୁ କୋଭିଡ-୧୯ ହସପିଟାଲକୁ ନିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି ସରପଞ୍ଚ କୌଶଲ୍ୟା ସେଠୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.