Home କେନ୍ଦୁଝର ହାଟଡିହିରେ ବନ୍ଦ ପାଳନ ପ୍ରଭାବ ପଡିଲା ନାହିଁ

ହାଟଡିହିରେ ବନ୍ଦ ପାଳନ ପ୍ରଭାବ ପଡିଲା ନାହିଁ

15

ହାଟଡ଼ିହି, ୮ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି କୃଷକ ମାନଙ୍କ ପକ୍ଷରୁ ବିଭିନ୍ନ ଦାବୀନେଇ ଭାରତବନ୍ଦ ଡାକରା ଦିଆଯାଇଥିବାବେଳେ ହାଟଡିହିରେ ଏହାର କୌଣସି ପ୍ରଭାବ ପଡିଲାନାହିଁ । ବିଶେଷକରି କଂଗ୍ରେସ ସହିତ ଅନେକ ରାଜନୈତିକ ଦଳ ଏହାକୁ ସମର୍ଥନ ବନ୍ଦ ପାଳନରେ ସାମିଲ ହୋଇଥିଲେ ବି ହାଟଡିରେ କୌଣସି ସଂଗଠନ କିମ୍ବା ରାଜନୈତିକ ଦଳ ପକ୍ଷରୁ ସେପରି କିଛି ତତ୍ପରତା ପ୍ରକାଶ ପାଇନାହିଁ । ଏଠାରେ କଂଗ୍ରେସର ସାଗଠନିକ କାର୍ଯ୍ୟକଳାପ ଦୁର୍ବଳ ହୋଇପଡିଥିବାରୁ ଦଳ ପକ୍ଷରୁ ବନ୍ଦ ପାଳନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବା ଦେଖିବାକୁ ମିଳିଥିଲା । ଏପରିକି ନବ ନିର୍ମାଣ କୃଷକ ସଂଗଠନର କୌଣସି କର୍ମକର୍ତ୍ତା ମଧ୍ୟ ଆଜି ବନ୍ଦ ପାଳନ କରିବା ପାଇଁ ରାଜରାସ୍ତାକୁ ଆସି ନଥିଲେ । ଯାହା ଫଳରେ ସମଗ୍ର ହାଟଡିହି ବ୍ଲକ ଅଞ୍ଚଳରେ ଭାରତବନ୍ଦର କୌଣସି ପ୍ରଭାବ ପଡିନଥିଲା । କେବଳ ବସ ଚଳାଚଳ ବନ୍ଦ ଥିବାବେଳେ ଅନ୍ୟ ସମସ୍ତ ଯାନବାହନ ଚଳାଚଳ ସ୍ୱାଭାବିକ କରୁଥିଲା । ଏହି ବ୍ଲକର ଛେନାପଦିଛକ, ଶାଳଣିଆଁ, ସଢ଼ା,ହାଟଡିହି, ମରୈଗାଁ, ବିଦ୍ୟାଧରପୁର, ଢ଼େଙ୍କା ଆଦି ଛକ ବଜାର ମାନ ଖୋଲା ରହିଥିବାବେଳେ ଦୋକାନ ବଜାରରେ ପ୍ରବଳ ଗହଳି ଲାଗି ରହିଥିଲା । ଆଜି ପ୍ରଥମାଷ୍ଟମୀ ଥିବାରୁ ଲୋକମାନେ ବନ୍ଧୁ ବାନ୍ଧବଙ୍କ ଘରକୁ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା । ନନ୍ଦିପଦା ଓ ସୋସୋ ଓ ଆନନ୍ଦପୁର ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ସବୁ ଛକ ବଜାର ମାନଙ୍କରେ ପୁଲିସ ମୃତୟନ କରାଯାଇଥିଲା । ସରକାର ଆଜିର ଦିନକୁ ଛୁଟି ଘୋଷଣା କରିଥିବାରୁ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.