Home କେନ୍ଦୁଝର ମାନସ ପାତ୍ର ଛାତ୍ର ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନୀତ

ମାନସ ପାତ୍ର ଛାତ୍ର ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନୀତ

29

ହାଟଡ଼ିହି, ୮ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ମାନସ ପାତ୍ର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତିି । ବିଜୁ ଛାତ୍ର ଜନତାଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କେନ୍ଦୁଝର ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବେ ମାନସ ପାତ୍ରଙ୍କୁ ମନୋନୀତ କରିବାପରେ ସମଗ୍ର ହାଟଡିହି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ପଦବୀ ମିଳିବାପରେ ମାନସ ବିଜେଡି ସଭାପତି ନବୀନ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ମାନସ ଆନନ୍ଦପୁର ଅଞ୍ଚଳରେ ବିଜେଡିର ଜଣେ ଆଗଧାଡିର ଛାତ୍ର ସଂଗଠକ ଭାବେ ପରିଚିତ ଥିବାବେଳେ ବିଜେଡି ପକ୍ଷରୁ ତାଙ୍କୁ ଏହି ପଦବୀ ମିଳିବାପରେ ସେ ଏ ଅଞ୍ଚଳରେ ଛାତ୍ର ସଂଗଠନକୁ ମଜବୁତ କରିବାପାଇଁ ସଙ୍କଳ୍ପବଦ୍ଧ ବୋଲି କହିଛନ୍ତି । ତାଙ୍କୁ ଏହି ଦାୟିତ୍ୱ ମିଳିବାପରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଯୁବ ଛାତ୍ର ସଂଗଠନ ପକ୍ଷରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.