Home ଓଡ଼ିଶା ହାଟଡିହିରେ ପୁଣି ୫କରୋନା ପଜେଟିଭ ଚିହ୍ନଟ- ୧୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା ହାଟଡିହି

ହାଟଡିହିରେ ପୁଣି ୫କରୋନା ପଜେଟିଭ ଚିହ୍ନଟ- ୧୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା ହାଟଡିହି

326

୭ /୬, ହାଟଡିହି ବ୍ଲକରେ ପୁଣି ୫ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୫ରେ ପହଞ୍ଚିଛି । ସରକାରୀ ଭାବେ ଯଦିଓ ଏହା ଘୋଷଣା ହୋଇନାହିଁ । କିନ୍ତୁ ସ୍ଥାନୀୟ ଡାକ୍ତର ଓ ସ୍ଥାନୀୟ ସରପଞ୍ଚଙ୍କ ନିକଟରୁ ଏହି ସୁଚନା ମିଳିଛି । ଆଜି ଆକ୍ରାନ୍ତ ହୋଇଥିବା ୫ଜଣଙ୍କ ମଧ୍ୟରୁ ୪ଜଣ ମୁଗୁପୁର ଗାର୍ଲସ ହାଇସ୍କୁଲ କ୍ୱାରେଣ୍ଟାଇନର ହୋଇଥିବାବେଳେ ଆଉ ଜଣେ ଷଡଙ୍ଗ କ୍ୱାରେଣ୍ଟାଇନର । ମୁଗୁପୁର ଗାର୍ଲସ ହାଇସ୍କୁଲ କ୍ୱାରେଣ୍ଟାଇନରୁ ଗୋଟିଏ ପରିବାରର ୪ଜଣ ମୁମ୍ବାଇରୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ୫୨ବର୍ଷୀୟ, ଜଣେ ୩୧ବର୍ଷୀୟ, ଜଣେ ୨୭ବର୍ଷୀୟ ଓ ଜଣେ ୨୫ବର୍ଷୀୟ ଯୁବକ ବୋଲି ଜଣାପଡିଛି । ସେମାନେ ଗତ ଜୁନ ୧ତାରିଖ ଦିନ ମୁମ୍ବାଇରୁ ଆସିବାପରେ ସେମାନଙ୍କୁ ସ୍ୱତନ୍ତ୍ର ମୁଗୁପୁର ଗାର୍ଲସ ହାଇସ୍କୁଲରରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ତିନିଦିନ ତଳେ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ରିପୋର୍ଟ ଆସିବାପରେ ସମସ୍ତଙ୍କର ପଜେଟିଭ ଥିବା ଜଣାପଡିବାପରେ ଡାକ୍ତରୀ ଦଳ ପହଞ୍ଚି ଆମ୍ବୁଲାନସ ଯୋଗେ ସେମାନଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି । ଅତିରିକ୍ତ ତହସିଲଦାର ଓ ସିଡିପିଓ ଘଟଣାସ୍ଥଳରେ ରହି କ୍ୱାରେଣ୍ଟାଇନର ୧୦୦ମିଟର ଦୁରତାକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ସେହିପରି ଅନ୍ୟ ଜଣେ ଷଡଙ୍ଗ ହାଇସ୍କୁଲରେ କ୍ୱାରେଣ୍ଟାଇନରେ ଥିବା ୨୨ବର୍ଷୀୟ ଯୁବକ ବୋଲି ଜଣାଯାଇଛି । ସେ ଗତ ୨୪ତାରିଖ ଦିନ ତାମିଲନାଡୁରୁ ଆସି ଷଡଙ୍ଗ ହାଇସ୍କୁଲର ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଗତ ଦୁଇଦିନ ତଳେ ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ରିପୋର୍ଟ ଆସିବାପରେ ଡାକ୍ତରୀଦଳ ପହଞ୍ଚି ତାଙ୍କୁ କୋଭିଡ ସହସପିଟାଲକୁ ନେଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.