Home ଓଡ଼ିଶା ନୟାଗଡ଼କୁ ୯୩ଜଣ ପ୍ରବାସୀଙ୍କର ଆଗମନ

ନୟାଗଡ଼କୁ ୯୩ଜଣ ପ୍ରବାସୀଙ୍କର ଆଗମନ

267

ନୟାଗଡ଼, ୦୭.୦୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ଆଜି ଜାମ୍ମୁ ଓ କାଶ୍ମୀରରୁ ସ୍ୱତନ୍ତ୍ର ବିମାନ ଯୋଗେ ନୟାଗଡ଼ର ୯୩ଜଣ ପ୍ରବାସୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ। ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ଓ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ ଭୁବନେଶ୍ୱର ବିମାନ ବନ୍ଦରରୁ ନୟାଗଡ଼ର ପ୍ରବାସୀମାନଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବସ୍‌ର ବ୍ୟବସ୍ଥା କରିଛନ୍ତି। ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚ ଶିକ୍ଷା ବିଭାଗ ଡ. ଅରୁଣ କୁମାର ସାହୁ ଉକ୍ତ ପ୍ରବାସୀମାନଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ୱାଗତ ଜଣାଇଥିଲେ। ସେମାନେ ସନ୍ଧ୍ୟା ସୁଦ୍ଧା ନୟାଗଡ଼ରେ ଆସି ପହଂଚିବେ ଏବଂ ନିଜ ନିଜ ବ୍ଲକରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପାଇଁ ସେମାନଙ୍କର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.