Home ଅପରାଧ ହାଇକୋର୍ଟରେ ଅଦାଲତ ଅବମାନନା ମାମଲାରେ ଶୁଣାଣୀ ଶେଷ – ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣୀ ପାଇଁ...

ହାଇକୋର୍ଟରେ ଅଦାଲତ ଅବମାନନା ମାମଲାରେ ଶୁଣାଣୀ ଶେଷ – ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ

130

ଭୁବନେଶ୍ୱର/କଟକ୨୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଇନଜୀବୀମାନଙ୍କ ବିଭିନ୍ନ ସମୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ବିଚାରପତିଙ୍କ ପୂର୍ଣ୍ଣ ଖଣ୍ଡପୀଠରେ ଶୁଣାଣୀ ଶେଷ ହୋଇଛି। ଏହି ପ୍ରସଙ୍ଗରେ ହାଇକୋର୍ଟରେ ଆସନ୍ତା ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଅଧିକାଂଶ କୋର୍ଟରେ ବିଚାରପତି ପଦ ପୂରଣ ନହେବା ଓ କେତେକ ଜିଲ୍ଲାରେ କାମଚଳା ବିଚାର ପତି ରହିବା ଦ୍ୱାରା ସାଧାରଣ ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତକୁ ନେଇ ୧୮ ଅକ୍ଟୋବରରୁ ୨୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆଇନଜୀବୀମାନେ ସମସ୍ତ କୋର୍ଟ ବର୍ଜନ କରିଥିବା ହାଇକୋର୍ଟ ବାର୍ ଆସୋସିଏସନରେ ରାଜ୍ୟର ସମସ୍ତ ବାର୍ ଆସୋସିଏସନ ପ୍ରତିନିଧିଙ୍କୁ ନେଇ ଏକ ମିଳିତ ବୈଠକରେ ନିଷ୍ପର୍ତ୍ତି ହୋଇଥିଲା। ଆଜି ହାଇକୋର୍ଟରେ ଏହି ଅଦାଲତ ଅବମାନନା ମାମଲାରେ ପୁଣି ଫୁଲ ବେଞ୍ଚ ଶୁଣାଣୀ ଶେଷ ହୋଇଛି। ଆଜି ମଧ୍ୟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଓକିଲଙ୍କ ଏହି ବାରମ୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନ ତଥା ଅଦାଲତ ଅବମାନନାକୁ ନେଇ ଆଜି ପୁଣି ହାଇକୋର୍ଟରେ ବିଚାରପତିଙ୍କ ପୂର୍ଣ୍ଣ ଖଣ୍ଡପୀଠ ବସିଥିଲା। ଏହି ଶୁଣାଣୀରେ ହାଇକୋର୍ଟ ବାର ସମେତ ଅନ୍ୟ ପ୍ରତିପକ୍ଷ ମଧ୍ୟ ହାଜର ହୋଇ ସମୟ ମାଗିଛନ୍ତି। ତେଣୁ ଏହି ଖଣ୍ଡପୀଠରେ ନଭେମ୍ବର ୪ ତାରିଖରେ ପରବର୍ତ୍ତୀ ଶୁଣାଣୀ କରିବାକୁ ଦିନ ଧାର୍ଯ୍ୟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.