Home ଜିଲ୍ଲା ପରିକ୍ରମା ହାଇକୋର୍ଟଙ୍କ ନିର୍ଦ୍ଧେଶ ପରେ ହନୁମାନ ମନ୍ଦିର ପରିସରରୁ ଡ଼ଷ୍ଟବିନ୍ ଉଚ୍ଛେଦ ହେଲା

ହାଇକୋର୍ଟଙ୍କ ନିର୍ଦ୍ଧେଶ ପରେ ହନୁମାନ ମନ୍ଦିର ପରିସରରୁ ଡ଼ଷ୍ଟବିନ୍ ଉଚ୍ଛେଦ ହେଲା

41

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ପରିକ୍ରମା କରିଥିବା ୧୬ ନଂମ୍ବର ଜାତୀୟ ରାଜପଥ ପାଶ୍ୱର୍ ସାଳନ୍ଦୀ ନଦୀକୂଳ ସାହାପୁର ଠାରେ ଥିବା ପ୍ରସିଦ୍ଧ ପଂଚମୁଖି ହନୁମାନ ମନ୍ଦିର ପରିସରରେ ଥିବା ଏକ ଡ଼ଷ୍ଟବିନକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧେଶ ପରେ ଉଚ୍ଛେଦ କରାଯାଇଛି । ପ୍ରଶାସନ ପକ୍ଷରୁ ପୌର କାର୍ଯ୍ୟନିର୍ବାହି ଅଧିକାରୀ ପ୍ରଦୀପ ସାହା ଓ ସହରାଂଚଳ ଥାନା ଅଧିକାରୀ ବିରେନ୍ଦ୍ର ସେନାପତିଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିିୟା ଆରମ୍ଭ ହେବା ସମୟରେ କିଛି ସମୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଚାପା ଉତ୍‌ତେଜନା ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ମନ୍ଦିର ଟ୍ରଷ୍ଟ ବୋର୍ଡ଼ କତ୍ତୃପକ୍ଷଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ଆପୋଷ ବୁଝାମଣା ପରେ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥିଲା । ପ୍ରକାଶଯୋଗ୍ୟ ଏହି ମନ୍ଦିର ପାଶ୍ୱର୍ରେ ଥିବା ଡ଼ଷ୍ଟବିନଟିରେ ସ୍ଥାନୀୟ ଲୋକେ ବହୁ ଅଳିଆ ଆବର୍ଜନା ପକାଇବା ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା । ଏ ନେଇ ଦୀର୍ଘ ବର୍ଷରୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ହରିହର ନନ୍ଦୀ ଓ ଅମୀୟ ଦାସ ପୌର କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ମିଳିନଥିଲା । ଟ୍ରଷ୍ଟ ତରଫରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧେଶ ପରେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.