Home ଜିଲ୍ଲା ପରିକ୍ରମା ବାଂଶଡା-ଦିଗଛିଆ ରାସ୍ତା ସଂପ୍ରସାରଣ,ଯଶୀପୁର ବଜାରରେ ଶହେ ଦୋକାନୀଙ୍କୁ ହଟାଇଲା ପ୍ରଶାସନ

ବାଂଶଡା-ଦିଗଛିଆ ରାସ୍ତା ସଂପ୍ରସାରଣ,ଯଶୀପୁର ବଜାରରେ ଶହେ ଦୋକାନୀଙ୍କୁ ହଟାଇଲା ପ୍ରଶାସନ

24

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା-ଦିଗଛିଆ ରାସ୍ତା ସଂପ୍ରସାରଣ ପାଇଁ ଯଶୀପୁର ଠାରେ ଶହେରୁ ଉର୍ଦ୍ଧ ଦୋକାନୀଙ୍କୁ ସରକାରୀ ଜମିରୁ ହଟାଇଛି ପ୍ରଶାସନ । ଏହି ସଂପ୍ରସାରଣ ପାଇଁ ବହୁ ଦିନ ହେବ ଅଂଚଳବାସୀ ଦାବୀ କରିବା ସହ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବୀ ରଖିଥିଲା । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳଙ୍କ ନର୍ଦେଶ କ୍ରମେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାରଙ୍କ ଉପସ୍ଥିତିରେ ଯଶୀପୁର ବଜାରରେ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯଶୀପୁର ବଜାରରେ ଶତାଧିକ ସ୍ଥାନୀୟ ବାସିନ୍ଦା ନିଜର ଗୁଜରାଣ ମେଂଟାଇବା ପାଇଁ ବ୍ୟବସାୟ କରିବା ସହ ନିଜର ଜିବୀକା ମଧ୍ୟ ନିର୍ବାହ କରି ଆସୁଥିଲେ । ଆଜିର ଏହି ସଂପ୍ରସାରଣରେ ନିଜର ସମସ୍ତ ବ୍ୟବସାୟ ବନ୍ଦ ହୋଇ ପଡିଥିବା ବେଳେ ତୁରନ୍ତ ଯଶୀପୁର ପଂଚାୟତ ତର‘ରୁ ଏହି ସ୍ଥାନରେ ମାର୍କେଟ ବିଲଡିଂ କରିବାକୁ ଅଂଚଳବାସୀ ତଥା ନିଜର ବ୍ୟବସାୟ ହରାଇଥିବା ବ୍ୟବସାୟୀ ବନ୍ଧୁ ମାନେ ଦାବୀ ରଖିଛନ୍ତି । ଆଜିର ଏହି ରାସ୍ତା ସଂପ୍ରସାରଣ ଏବଂ ସରକାରୀ ଜମିକୁ ଜବରଦଖଲ କାରୀଙ୍କ କବଳରୁ ହଟାଇବା ପାଇଁ ଯଶୀପୁର ଆର ଆଇ ସମସ୍ତ ଜବରଦଖଲକାରୀଙ୍କୁ କ ଏବଂ ଖ ‘ର୍ମ ପ୍ରଦାନ କରିବା ସହ ପ୍ରଚାର ଏବଂ ପ୍ରସାର ମାଧ୍ୟମରେ ସେମାନଙ୍କୁ ସରକାରୀ ଜମିରୁ ହଟିଯିବା ପାଇଁ ମଧ୍ୟ ଜଣାଇଥିଲେ ।

ଆଜି ସମସ୍ତ ଜବରଦଖଲକାରୀଙ୍କୁ ଯଶୀପୁର ବଜାରରୁ ହଟାଇ ଦିଆଯିବାରେ ଚାନ୍ଦବାଲି ତହସିଲ ପ୍ରଶାସନ ସ‘ଳ ହୋଇଥିବା ବେଳେ ଏହି ବଜାର ଠାରୁ ମାତ୍ର କିଛି ଦୂରରେ ଥିବା ଦୁଗ୍ଧ ସଂଗ୍ରହ ଗୃହକୁ ସରକାରୀ ଜମିରୁ ହଟାଇବାକୁ ଅଂଚଳବାସୀ ଦାବୀ ଜଣାଇଥିଲେ । ମାତ୍ର ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ସରକାରୀ ଜମିରୁ ହଟାଇବା ପାଇଁ କୌଣସି ନୋଟିସ ଜାରୀ ହୋଇ ନଥିବାରୁ ତାଙ୍କୁ ହଟାଯାଇ ପାରି ନଥିଲା । ଏହି ଘଟଣାକୁ କେନ୍ଦ୍ର କରି ପ୍ରଶାସନ ଏବଂ ବ୍ୟବସାୟୀ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଉଚବାଚ୍ୟ ମଧ୍ୟ ହୋଇଥିଲା । ଆଗାମୀ ଦିନରେ ଅର୍ଥାତ ଖୁବଶୀଘ୍ର ଏହି ଦୁଗ୍ଧ ସଂଗ୍ରହ ଗୃହକୁ ହଟାଯିବା ସହ ସଂପୃକ୍ତ ବ୍ୟକ୍ତି ବିଶେଷ ଙ୍କୁ ସରକାରୀ ଜମିରୁ ହଟାଯିବ ବୋଲି ତହସିଲଦାର ସଂପୃକ୍ତ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆଶ୍ୱାସନା ଦେଇଥିଲେ । ଆଜିର ଏହି ବଜାର ସଂପ୍ରସାରଣ ‘ଳରେ ଆଗାମୀ ଦିନରେ ୧୦ କି.ମି ଦୈଘ୍ୟ ବିଶିଷ୍ଟ ବାଂଶଡା-ଦିଗଛିଆ ରାସ୍ତା ରା କାର୍ଯ୍ୟ ଦ୍‌୍ରୁତ ଗତିରେ ଚାଲିବ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ । ଆଜିର ଏହି ସଂପ୍ରସାରଣ ସମୟରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର , ଅତିରିକ୍ତ ତହସିଲଦାର ଦିପ୍ତିରଞନ ଜେନା, ଦାଶରଥି ଦାସ, ଯଶୀପୁର ଆର ଆଇ, ବାଂଶଡା ଥାନାଧିକାରୀ ଦେବରାଜ ଜେନା, ୧ପ୍ଲାଟୁନ ସୁରକ୍ଷାକର୍ମୀ, ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ,ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ଚରଣ ସିଂ, ସୁରେଶ ସାହୁ,ବାଂଶଡା ରାଜସ୍ୱ ନିରୀକ୍ଷକ ଗୌତମ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.