Home Top News ହରିଆଣାର ପଲୱଲରେ ଇଣ୍ଟରନେଟ୍ ଏବଂ ବଲ୍କ ଏସ୍ଏମ୍ଏସ୍ ସେବା ବନ୍ଦ : ୧୪୪ ଧାରା ବଳବତ୍ତର

ହରିଆଣାର ପଲୱଲରେ ଇଣ୍ଟରନେଟ୍ ଏବଂ ବଲ୍କ ଏସ୍ଏମ୍ଏସ୍ ସେବା ବନ୍ଦ : ୧୪୪ ଧାରା ବଳବତ୍ତର

48

ନୂଆ ଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) ଅଗ୍ନିପଥ ଯୋଜନାକୁ ବିରୋଧ କରି ହରିୟାଣାର ପଲୱଲରେ ରାଜପଥ ଅବରୋଧ କରିଛନ୍ତି ଯୁବକ ଆନ୍ଦୋଳନକାରୀମାନେ। ପଲବଲରେ ପଥର ପୋପାଡ଼ିବା ଏବଂ ପୋଲିସ୍ ଗାଡିକୁ ମଧ୍ୟ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଜାତୀୟ ରାଜପଥ ୧୯ ରେ ଥିବା ଆଗ୍ରା ଚୌକ୍ କୁ ଅବରୋଧ କରାଯାଇଥିବା ସୂଚନା ମିଳିଛି। ପଲୱଲର ଅନେକ ସ୍ଥାନରେ ହିଂସା ଘଟଣାକୁ ଦୃଷ୍ଟିରେ ରଖି ପଲୱଲରେ ୧୪୪ ଧାରା ଲାଗି କରାଯାଇଛି। ଏତଦ୍ ବ୍ୟତୀତ ହରିଆଣାର ପଲୱଲରେ ଇଣ୍ଟରନେଟ୍ ଏବଂ ବଲ୍କ ଏସ୍ଏମ୍ଏସ୍ ସେବା ପ୍ରଶାସନ ଦ୍ୱାରା ବନ୍ଦ କରାଯାଇଛି।

ସୂଚନାଯୋଗ୍ୟଯେ, ଗୁରୁବାର ଦିନ ଶତାଧିକ ଯୁବକ ହରିୟାଣାର ଗୁରୁଗ୍ରାମ, ରେୱାଡ଼ୀ ଏବଂ ପଲୱାଲରେ ରାଜରାସ୍ତାକୁ ଅବରୋଧ କରିବା ସହ ଅଗ୍ନିପଥ ଯୋଜନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି।

ଏହି ଆନ୍ଦୋଳନ କାରଣରୁ କେତେକ ସ୍ଥାନରେ ପୋଲିସ ଦ୍ୱାରା ଲୋକମାନଙ୍କର ଯାତାୟତ ପାଇଁ ମାର୍ଗ ପରିବର୍ତ୍ତନ କରାଯାଇଛି।

ସେନା, ନୌସେନା ଏବଂ ବାୟୁସେନାରେ ଚାରିବର୍ଷ ପାଇଁ ଯବାନମାନଙ୍କୁ ନିଯୁକ୍ତି ଦେବାପରେ ନୂତନ କେତେକ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଦେଖାଯାଇଛି। ଏବେ ହରିଆଣାରେ ବିରୋଧ ପ୍ରଦର୍ଶନ ହେବା ପରେ ଭାରି ପୋଲିସ ଫୋର୍ସ ନିୟୋଜିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.