Home ଅନୁଗୁଳ କଣିହାଁ ରିଜିଓନାଲ ଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ ଆମ୍ବୁଲାନ୍ସ ସେବା ଲୋକାର୍ପିତ

କଣିହାଁ ରିଜିଓନାଲ ଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ ଆମ୍ବୁଲାନ୍ସ ସେବା ଲୋକାର୍ପିତ

88

ତାଳଚେର, ୧୬/୬ (ଓଡ଼ିଆ ପୁଅ/ଅଜିତ ବେହେରା) : କଣିହାଁ ରିଜିଓନାଲ ଟ୍ରକ ଓନର୍ସ ଆସୋସିଏସନ ତରଫରୁ ଆଜି କଣିହାଁ ଅଂଚଳର ଜନସାଧାରଣଙ୍କ ପାଇଁ ଆମ୍ବୁଲାନ୍ସ ସେବା ଲୋକାର୍ପିତ କରାଯାଇଛି। ଏହି ପରିପ୍ରେକ୍ଷୀରେ କଣିହାଁ ପ୍ରଜାମଣ୍ଡଳ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ଏହି ଆମ୍ବୁଲାନ୍ସ ସେବାକୁ ଲୋକାର୍ପିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, କଣିହାଁ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ସୁମନ୍ତ କୁମାର ପଟେଲ, କଣିହାଁ କ୍ଷେତ୍ର ମହାପ୍ରବନ୍ଧକ କିଶୋର କୁମାର ରାଉଳ, ୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ସାହୁ, ଆସୋସିଏସନର ସଭାପତି, ସମ୍ପାଦକଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ବ୍ଲକର ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ସେବା ଲୋକାର୍ପିତ ହୋଇଥିଲା। କଣିହାଁ ଅଂଚଳରେ ୨୪ ଘଣ୍ଟା ସେବା ପ୍ରଦାନ ସହ କେବଳ ତେଲ ଖର୍ଚ୍ଚ ବାବଦ ଦେୟ ଦେଇ ଏଥିରେ ରୋଗୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଆସ କରିପାରିବେ। ତେବେ ଅତି ଗରିବ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ ଏହି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.