Home ଜିଲ୍ଲା ପରିକ୍ରମା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ବାଲେଶ୍ୱର ମର୍ଣ୍ଣିଂଷ୍ଟାର

ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ବାଲେଶ୍ୱର ମର୍ଣ୍ଣିଂଷ୍ଟାର

43

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ଦଳ ଓ ବି.ଏମ.ସି.ସି. ଗୋଳକୁଣ୍ଡ ଦଳ ମଧ୍ୟରେ ଗୁରୁବାର ସ୍ଥାନୀୟ ଚନ୍ଦ୍ରଭାନୁପୁର କ୍ରିକେଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ବି.ଏମ.ସି.ସି. ଗୋଲକୁଣ୍ଡା ଦଳ ଟସ ଜିଣିବା ସହ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୪ ଓଭରରେ ସମସ୍ତ ଉଇକେଟ ହରାଇ ୧୮୫ ରନ ସ୍କୋର କରିଥିଲା। ଦଳ ପକ୍ଷରୁ ଆକାଶ ପୋଦ୍ଦାର ୫ ଓଭରରେ ୩୦ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ବାଲେଶ୍ୱର ଦଳ ୧୬ ଓଭରରେ ଗୋଟିଏ ଉଇକେଟ ହରାଇ ୧୮୮ ରନ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଦିବ୍ୟଶକ୍ତି ଚକ୍ରବର୍ତ୍ତି ୬୭ ବଳରେ ୧୨୪ ରନ ସଂଗ୍ରହ କରିଥିଲେ। ପ୍ରତିପକ୍ଷ ବୋଲର ବିଚିତ୍ର ବାରିକ ୩ ଭରରେ ୩୫ ରନ ଦେଇ ୧ ଉଇକେଟ ହାସଲ କରିଥିଲେ। ଅମ୍ପାୟାର ରାମଚନ୍ଦ୍ର ଦାସ ଓ ସୁଧାଂଶୁ ଶେଖର ଲେଙ୍କା ମ୍ୟାଚ ପରିଚାଳନା କରିଥିଲେ। ଶୋଭନ ଶଙ୍ଖୁଆ ଓ ଦିବ୍ୟରଞ୍ଜନ ବେହେରା ସ୍କୋରର ଦାଇତ୍ୱ ତୁଲାଇଥିଲେ। ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଓ ସମ୍ମାନିତ ଅତିଥି ଜିଲ୍ଲଶ ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ଦିବ୍ୟଶକ୍ତି ଚକ୍ରବର୍ତ୍ତିଙ୍କୁ ପୁରସ୍କୃତ କରିଥିଲେ। ଶୁକ୍ରବାର ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ସୂର୍ଯ୍ୟଶିଖା ଦଳ ଓ କଟକ ଦଳ ମଧ୍ୟରେ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.