Home ଜିଲ୍ଲା ପରିକ୍ରମା ଦିବ୍ୟାଙ୍ଗ ସୁରକ୍ଷା ସଂଘର ବାର୍ଷିକ ସମାରୋହ ଓ ଦିବ୍ୟାଙ୍ଗଙ୍କୁ ଉପକରଣ ବଣ୍ଟନ

ଦିବ୍ୟାଙ୍ଗ ସୁରକ୍ଷା ସଂଘର ବାର୍ଷିକ ସମାରୋହ ଓ ଦିବ୍ୟାଙ୍ଗଙ୍କୁ ଉପକରଣ ବଣ୍ଟନ

68

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ତାଳପଦା ପଞ୍ଚାୟତସ୍ଥିତ ଡାହାଣୀ ପଡ଼ିଆ ଠାରେ ଜାନୁଆରୀ ୧୦ ଓ ୧୧ ତାରିଖ ଦୁଇଦିନ ଧରି ଓଡ଼ିଶା ଦିବ୍ୟାଙ୍ଗ ସୁରକ୍ଷା ସଂଘର ବାର୍ଷିକ ସମାରୋହ ଓ ଦିବ୍ୟାଙ୍ଗଙ୍କୁ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଂଘର ରାଜ୍ୟ ସଭାପତି କେଶବ ଚନ୍ଦ୍ର ରାଉତଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତୀକରଣ ଅଧିକାରୀ ପବିତ୍ର ମୋହନ ଦାସ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ତଥା ବରିଷ୍ଠ ଆଇନଜୀବୀ ଚିନ୍ତାମଣି ଦାସ, ସରପଞ୍ଚ ଜୟଶ୍ରୀ ବେହେରା, ଜିଲା ଭିନ୍ନକ୍ଷମ ଉପଖଣ୍ଡ ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ସଂଘର ଜିଲା ମହିଳା ନେତ୍ରୀ ଝୁନୁଲତା ଦାସ, ଓଡ଼ିଶା ଦିବ୍ୟାଙ୍ଗ ମହାସଂଘର ରାଜ୍ୟ ସଭାପତି ନାରାୟଣ ସାହୁ, ସମ୍ପାଦକ ଗୌରହରି ନାୟକ, ନର୍ମଦା ବେହେରା, ହରିହର ଦେଓ, ବିଳାସିନୀ ଦାସ, ରଣଜିତ୍ ମାନ୍ନା ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମାନଙ୍କର ସୁରକ୍ଷା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଅତିଥିମାନେ ୬୮ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ, ହୁଇଲ ଚେୟାର, ବ୍ଲାଇଣ୍ଡ ଷ୍ଟିକ୍‌, କେଲିପର ଆଦି ଉପକରଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନସ ସାହୁ, ସୁଶାନ୍ତ ସାହୁ, ରମେଶ ଓଝା, ଧୃବ ବେହେରା, ସୁନିତୀ ରାଉତ, ଗଜେନ୍ଦ୍ର ମହାରଣା, ମନୋରଂଜନ ପରିଡ଼ା ଓ ଅଜୟ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ପ୍ରଥମ ଦିନରେ ଭୁବନେଶ୍ୱର ହରିହର ଡ୍ୟାନ୍‌ସ ଗ୍ରୁପ୍‌, ଯାଜପୁର ବ୍ରହ୍ମବରଦା ଡ୍ୟାନ୍‌ସ ଗ୍ରୁପ, ଭଦ୍ରକ ଓଡ଼ିଶା ଦିବ୍ୟାଙ୍ଗ ସୁପର ଅର୍କେଷ୍ଟ୍ରା ଟିମ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.