ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁଣ୍ଣାମେଣ୍ଟର ୪ର୍ଥ କ୍ୱାଟର ଫାଇନାଲ ମ୍ୟାଚ ଭଦ୍ରକ ୟୁନିକ ୧୧ ଦଳ ଓ ବି.ଏମ.ସି.ସି. ଗୋଲକୁଣ୍ଡା ଦଳ ମଧ୍ୟରେ ବୁଧବାର ସ୍ଥାନୀୟ ଚନ୍ଦ୍ରଭାନୁପୁର କ୍ରିକେଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ବି.ଏମ.ସି.ସି. ଗୋଲକୁଣ୍ଡା ଦଳ ଟସ ଜିଣିବା ସହ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫୦ଓଭରରେ ୭ ଉଇକେଟ ହରାଇ ୨୭୬ ରନ ସ୍କୋର କରିଥିଲା। ଦଳ ପକ୍ଷରୁ ସ୍ମୃତିରଞ୍ଜନ ଲେଙ୍କା ୩୧ ବଲ ରୁ ୮୮ ରନ ଓ ଏସ.କେ. ସାହାବୁଦ୍ଦିନ ୩୧ ବଲରେ ୬୩ ରନ ସଂଗ୍ରହ କରିଥିଲେ। ବିପକ୍ଷ ଦଳର ବୋଲର ସଚ୍ଚିନ ସିଂ ୩ ଓଭରରେ ୨୯ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭଦ୍ରକ୧୧ ଦଳ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୧୭୨ ରନ କରି ପରାଜିତ ହୋଇଥିଲା। ଭଦ୍ରକ ୧୧ ପକ୍ଷରୁ ନାସିର ଅଲ୍ଲୀ ୨୯ ବଳରେ ୫୭ ରନ ସଂଗ୍ରହ କରିଥିଲେ। ପ୍ରତିପକ୍ଷ ବୋଲର ଏସ.କେ. ସାହାବୁଦ୍ଦିନ ୩ ଭରରେ ୧୩ ରନ ଦେଇ ୩ ଉଇକେଟ ହାସଲ କରିଥିଲେ। ଅମ୍ପାୟାର ରାମଚନ୍ଦ୍ର ଦାସ ଓ ଶରତ ଜେନା ମ୍ୟାଚ ପରିଚାଳନା କରିଥିଲେ। ଶୋଭନ ଶଙ୍ଖୁଆ ଓ ଜ୍ୟୋତିରଞ୍ଜନ ଚନ୍ଦ ସ୍କୋରର ଏବଂ ପ୍ରଦୀପ ଜେନା ଭାଷ୍ୟକାର ଦାଇତ୍ୱ ତୁଲାଇଥିଲେ। ମୁଖ୍ୟ ଅତିଥି ସମାଜସେବୀ ପ୍ରତାପ ଚନ୍ଦ୍ର ରାଉତ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ଏସ.କେ. ସାହାବୁଦ୍ଦିନଙ୍କୁ ପୁରସ୍କୃତ କରିଥିଲେ। ଗୁରୁବାର ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ଦଳ ଓ ବି.ଏମ.ସି.ସି. ଗୋଳକୁଣ୍ଡ ଦଳ ମଧ୍ୟରେ ଅନୁଷ୍ଠିତ ହେବ।