Home ଜିଲ୍ଲା ପରିକ୍ରମା ବିଭିନ୍ନ ପଞ୍ଚାୟତରେ ହକି ବିଶ୍ୱକପ ଉଦଘାଟନ ଉତ୍ସବ ପ୍ରଦର୍ଶନ

ବିଭିନ୍ନ ପଞ୍ଚାୟତରେ ହକି ବିଶ୍ୱକପ ଉଦଘାଟନ ଉତ୍ସବ ପ୍ରଦର୍ଶନ

57

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାରେ ଆୟୋଜିତ ହକି ବିଶ୍ୱକପର ଗୁରୁବାର ଉଦଘାଟନ ଉତ୍ସବ ପ୍ରସାରଣ ପାଇଁ ବିଭିନ୍ନ ପଞ୍ଚାୟତରେ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରତି ପଞ୍ଚାୟତକୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ୮ଫୁଟ ଲମ୍ବ ଓ ୬ ଫୁଟ ଚଉଡା ବିଶିଷ୍ଟ ଏଲ.ଇ.ଡି ସ୍କ୍ରିନ ଭଡା ପାଇଁ ୬ ହଜାର ଟଙ୍କା, ବସିବା ଚେୟାର ଭଡା ବାଦଦକୁ ୪ ହଜାର ଟଙ୍କା ଓ ଚାହା ବିସ୍କୁଟ ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହା ଅତିରିକ୍ତ କ୍ରୀଡା କାର୍ଯ୍ୟକ୍ରମ ପାଇଁ ୧୦ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଇଥିଲା। ଏଥିରେ ପ୍ରଚାର ପୋଷ୍ଟର ଓ ବ୍ୟାନର ପାଇଁ ୪ହଜାର ୫ଶହ ଟଙ୍କା, ଉଦଘାଟନ ଓ ପଡିଆ ସଜ୍ଜା ପାଇଁ ୧୨ଶହ ଟଙ୍କା, . ଭଡାରେ ମାଇକ ଖର୍ଚ୍ଚ ୨୩ଶହ ଟଙ୍କା, ପୁରସ୍କାର ଦାମ ବାବଦକୁ ୧୫ ଶହ ଟଙ୍କା ଓ ସେଲ୍ଫି କେନ୍ଦ୍ର ପାଇଁ ୫ଶହ ଟଙ୍କା ଅନ୍ତର୍ଭୁକ୍ତ। ବିଶ୍ୱକପ ଉଦଘାଟନ ପ୍ରସାରଣ ପାଇଁ ବନ୍ଦାଳୋ-ମଢିଆଳି ପଞ୍ଚାୟତରେ ବିଡିଓ ଦେବଦତ୍ତ ଦାସ, ନାଆମୀ ସମବାୟ ସମିତି ସଭାପତି ଦିପ୍ତୀସୂର୍ଯ୍ୟ ବିଶ୍ୱାଳ, ସରପଞ୍ଚ ବିଶ୍ୱନାଥ ସାହୁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପାଳ ପଣ୍ଡା ଉପସ୍ଥିତ ରହିଥିଲେ। ଶତାଧିକ ମହିଳା ଓ ଶିଶୁ ଉଦଘାଟନୀ ଉତ୍ôସବ ଏକାଠି ବସି ଦେଖିବାର ସୁଯୋଗ ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.