Home ଜିଲ୍ଲା ପରିକ୍ରମା ମନମୋହିଲା ପୁରୀର ଗୋଟିପୁଅ ନାଚ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ୯ମ ସଂଧ୍ୟା

ମନମୋହିଲା ପୁରୀର ଗୋଟିପୁଅ ନାଚ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ୯ମ ସଂଧ୍ୟା

83

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଳା, ସଂସ୍କୃତି, ସାହିତ୍ୟ ଓ ରାଜନୀତିର ଉତ୍କର୍ଷତାର ମାଟି। ସ୍ୱାଧିନତା ସଂଗ୍ରାମ କାଳରେ ଭଦ୍ରକ ମାଟିର ବରପୁତ୍ରଙ୍କ ବଳିଦାନ ସ୍ୱର୍ଣ୍ଣକ୍ଷରରେ ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିଛି। ବହୁ ସାହିତ୍ୟିକଙ୍କ କାଳଜୟୀ ରଚନା ସାହିତ୍ୟାକାଶକୁ ରୁଦ୍ଧିମନ୍ତ କରିଛି। ଏହି ମାଟିର ପୁତ୍ର ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି ନୀଳମଣୀ ରାଉତରାୟଙ୍କ ପର୍ଯ୍ୟନ୍ତ ସେମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ। ଅନୁରୂପ ମୋଗଲ ତାମସା ଆମ ଭଦ୍ରକ ମାଟିର ବିଭବଶାଳୀ ସଂସ୍କୃତି ସମ୍ପର୍କରେପରିଚୟ ପ୍ରଦାନକରିଥାଏ। ତେଣୁ ଆଜିର ଯୁବପିଢ଼ୀ ଭଦ୍ରକ ମାଟିର ଏହି ସଂସ୍କୃତି ଦ୍ୱାରା ଅନୁପ୍ରାଣୀତ ହେବାକୁ ଐତିହାସିକ ଗାନ୍ଧୀ ପଡ଼ିଆରେ ଚାଲିଥିବା ଭଦ୍ରକ ସାସ୍କୃତିକ ମହୋତ୍ସବର ନବମ ସଂଧ୍ୟାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ଅତିଥି ମତବ୍ୟକ୍ତ କରିଛନ୍ତି। ଶିକ୍ଷାବିତ୍ ଅଧ୍ୟାପକ ନିହାର ରଂଜନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଗୟାଧର ପଣ୍ଡା, ମୋଗଲ ତାମସାର ଅନ୍ୟତମ ଉଦ୍ୟୋକ୍ତା ବର୍ଷିୟାନ କଳାକାର ବାଦଲ ସିକଦାର, ସମ୍ମାନିତ ଅତିଥି ଭାବେ ଗୌରାଙ୍ଗ ବାରିକ ଯୋଗଦେଇ ଭଦ୍ରକ ମାଟିର ଗୌରବଜ୍ୱଳ ଐତିହାସିକ ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ। ଉକ୍ତ ସଭାରେ ମନୋରମା ରାୟ ମଞ୍ଚ ଆମନ୍ତ୍ରଣ, କମିଟିର ଅଧ୍ୟକ୍ଷ ରବି ନାରାୟଣ ଖିଲାର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, କଳ୍ପନା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ସ୍ଥାନୀୟ ସାଂସ୍କୃତିକ ସଂଗଠନ ପକ୍ଷରୁ ମନୋରଂଜନ କାର୍ଯ୍ରକ୍ରମ ପରିବେଣେ କରାଯାଇଥିଲା। ତେବେ ପୁରୀରୁ ଆସିଥବବା ସାଂସ୍କୃତିକ ସଂଗଠନର ଏକଟିମ୍ ଦ୍ୱାରା ପରିବେଷିତ ଗୋଟିପୁଅ ନୃତ୍ୟ ଉପସ୍ଥିତ ସହସ୍ରାଧିକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.