Home ଜିଲ୍ଲା ପରିକ୍ରମା ହରମୋହନ ଦାଶଙ୍କ ବିୟୋଗରେ ଶୋକ

ହରମୋହନ ଦାଶଙ୍କ ବିୟୋଗରେ ଶୋକ

154

ବାଲେଶ୍ୱର, ୨୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ତଥା ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ହରମୋହନ ଦାଶଙ୍କ ବିୟୋଗରେ ମଞ୍ଚ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହିତ ତାଙ୍କ ଅମର ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମଞ୍ଚ କର୍ମକର୍ତ୍ତାଙ୍କ ତରଫରୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟଠାରେ କୋଭିଡ଼୍‌୧୯ ନିୟମକୁ ଦୃଷ୍ଟିରେ ରଖି ଜିଲ୍ଲା ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଭର୍ଚୁଆଲ୍ ମୁଡ଼୍‌ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ସ୍ୱର୍ଗତଃ ଦାଶଙ୍କ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରାଯାଇ ଈଶ୍ୱରଙ୍କଠାରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ମଞ୍ଚର ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଶୋକସଭାରେ ବାଲେଶ୍ୱର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଶାଖାମଞ୍ଚର କର୍ମକର୍ତ୍ତା ଡ- କୁନାନନ୍ଦ ଗିରି, ଶରତ ଚନ୍ଦ୍ର ଦାଶ, ମନୋରଞ୍ଜନ ପାଲ୍‌, ବିଷ୍ଣୁ ପ୍ରସାଦ ମହାନ୍ତି, ଦାମୋଦର ନାୟକ, ଗୋପୀନାଥ ଦାସ, ମଧୁସୂଦନ ଜେନା, ବାସନ୍ତୀ କର, ରେଣୁବାଳା ଦାସ, କୁମୁଦରଞ୍ଜନ ଗିରି, ପୁରୁଷୋତ୍ତମ ସାହୁ, ଲୋଚନ ବେହେରା, ବିଧାନ ଚନ୍ଦ୍ର ରାୟ, ରଘୁନାଥ ମହାନ୍ତି, ସୁବୋଧ ପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର ସୁର୍‌, ରାଜେନ୍ଦ୍ରନାଥ ରାଉତ, ପ୍ରଫୁଲ୍ଲ କୁମାର ଦାସ, ଶରତ କୁମାର ବିଶ୍ୱାଳ, ଅନାମ ଚରଣ ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ଅନୁସୟା ନାୟକ, ଦେବେନ୍ଦ୍ର ନାଥ ଚୌଧୁରୀ, ଦିଲ୍ଲୀପ ଗିରି, ସ୍ନେହଲତା ଦାସପତି, ରମାକାନ୍ତ ମହାନ୍ତି, ଲକ୍ଷ୍ମୀକାନ୍ତ ବେହେରା, ଉପେନ୍ଦ୍ରନାଥ ଦାଶ, ଗିରିଶ ଚନ୍ଦ୍ର ଦାଶ, ଗୌରାଙ୍ଗ ଚରଣ ପାଣିଗ୍ରାହୀ, ଅକ୍ଷୟ କୁମାର ତ୍ରିପାଠୀ, ଦେବବ୍ରତ ପାଣିଗ୍ରାହୀ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ସୁରେନ୍ଦ୍ରନାଥ କର, ଅଖିଳ କୁମାର ଦାସ, ବେଣୁଧର ପାଳ, ହୃଶୀକେଶ ରଥ, ଉମେଶ ଗୋଚ୍ଛାୟତ ଓ ଡ- ଶ୍ରୀକାନ୍ତ ଚରଣ ପାତ୍ର, ହୃଶୀକେଶ ମହାପାତ୍ର ପ୍ରମୁଖ ସ୍ୱର୍ଗତ ଦାଶଙ୍କ ବହୁବିଧ ପ୍ରତିଭା ସଂପର୍କରେ ଆଲୋଚନା କରି ତାଙ୍କ ବିୟୋଗ ଦ୍ୱାରା ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରିଡ଼ା ସଂଗଠନରେ ଅପୂରଣୀୟ କ୍ଷତି ଘଟିଲା ବୋଲି ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.