Home କେନ୍ଦୁଝର ହରଡବାଡି ଗ୍ରାମରେ ବିଷାକ୍ତ ଛତୁ ଖାଇ ୬ଅସୁସ୍ଥ

ହରଡବାଡି ଗ୍ରାମରେ ବିଷାକ୍ତ ଛତୁ ଖାଇ ୬ଅସୁସ୍ଥ

120

ହାଟଡିହି- ୭ /୫/ ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ହରଡବାଡି ଗ୍ରାମରେ ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ୬ଜଣ ଅସୁସ୍ଥ ହୋଇପଡିଥିବା ଜଣାଯାଇଛି । ସମସ୍ତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବରରୁ ଜଣାଯାଇଛି ଯେ ହରଡବାଡି ଚମ୍ପା ମୁର୍ମୁ ତାଙ୍କ ବାଡିରେ ଗଦା ହୋଇଥିବା କାଠ ଗଡରେ ଫୁଟିଥିବା ଛତୁକୁ ତୋଳି ଆଜି ଘରେ ତରକାରୀ କରିଥିଲେ । ଯାହାକୁ ପରିବାରର ସମସ୍ତ ସଦସ୍ୟ ମାନେ ଖାଇଥିଲେ । ଖାଇ ସାରିବାର କିଛି ସମୟ ପରେ ଚମ୍ପା (୪୫)ଙ୍କ ସମେତ ବଡପୁଅ ଅନନ୍ତ ମୁର୍ମୁ (୨୧), ଅନ୍ୱେଶ ମୁର୍ମୁ (୧୭), ଝିଅ ସୀତା(୧୫)ଝିଅ ଯସ୍ମିନୀ (୧୧), ସାନଝିଅ ଜୟନ୍ତୀ (୫) ପ୍ରମୁଖ ସମସ୍ତେ ବାନ୍ତି କରିବା ଆରମ୍ଭ କରିଦେିଥିଲେ । ଏପରିକି ଗୋଟିଏ ଘଣ୍ଟା ଭିତରେ ଜଣକା ୮/୯ଥର ଲେଖାଏଁ ବାନ୍ତି କରିବାରୁ ଅସୁସ୍ଥ ହୋଇପଡିଥିଲେ । ଏହାଦେଖି ପଡୋଶୀମାନେ ଆମ୍ବୁଲାନସ ଡକାଇ ତୁରନ୍ତ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.