Home କେନ୍ଦୁଝର କରୋନା ଯୁଦ୍ଧରେ ସାମିଲ ସାମ୍ବାଦିକ ମାନଙ୍କୁ ଜୟଦୁର୍ଗା ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା

କରୋନା ଯୁଦ୍ଧରେ ସାମିଲ ସାମ୍ବାଦିକ ମାନଙ୍କୁ ଜୟଦୁର୍ଗା ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା

162

ହାଟଡିହି- ୭ /୫/ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ କରୋନା ଯୁଦ୍ଧରେ ସାମିଲ ଥିବା ସାମ୍ବାଦିକ ମାନଙ୍କୁ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିଲାଗି ହାଟଡିହି ସରସ୍ୱତୀ ଶିଶୁମନ୍ଦିର ପରିସରରେ ଆୟୋଜିତ ଏକ ଉତ୍ସବରେ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନା, ହାଟଡିହି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ, ମାସ୍କ, ସାନିଟାଇଜର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେମାନେ ଏଭଳି କରୋନା ମହାମାରୀ ସମୟରେ ଘଟଣାସ୍ଥଳକୁ ଯାଇ ସମ୍ବାଦ ସଂଗ୍ରହ କରି ଲୋକମାନଙ୍କ ପାଖରେ ସୁଚନା ପହଞ୍ଚାଇବା ଭଳି କରୋନା ଯୋଦ୍ଧାର କାର୍ଯ୍ୟମାନ ଜାରି ରଖିଛନ୍ତି । ଯାହାକି ଅନ୍ୟ କୌଣସି ସରକାରୀ କର୍ମଚାରୀଙ୍କ ଠାରୁ ବି କୌଣସି ଗୁଣରେ କମ ନୁହଁ ବୋଲି ସୁରେଶ୍ୱରୀ ସାଗରିକା ଜେନା ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିଶ୍ୱରଞ୍ଜନ ପାଣିଗ୍ରାହୀ, ସମାଜସେବୀ କାଞ୍ଚନଲତା ଜେନା, କେନ୍ଦୁଝର ସମାଜସେବୀ ମହାସଂଘର କର୍ମୀ ଉମାକାନ୍ତ ରାଉତ, ସମାଜସେବୀ ଅର୍ଜୁନ ଖଣ୍ଡା, ସୁଶାନ୍ତ ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ଗୋପାଳକୃଷ୍ଣ ରାଉତ, ମକରଧ୍ୱଜ ସାହୁ, ମକରଧ୍ୱଜ ଜେନା, ସଞ୍ଜିବ ମହାନ୍ତି, ପ୍ରୀତି ରଞ୍ଜନ ବେହେରା, କମଳାକାନ୍ତ ଆୟଚ, ବିଜୟ କୁମାର ଜେନା, ଦେବେନ୍ଦ୍ର ବେହେରା, ମନମୋହନ ନାୟକଙ୍କ ସମେତ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.