Home Top News ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନୂତନ ବର୍ଷର ଅଭିନନ୍ଦନ

ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନୂତନ ବର୍ଷର ଅଭିନନ୍ଦନ

157

ପୁରୀ ୧୪-୪ (ଓଡ଼ିଆ ପୁଅ) ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ମାନଙ୍କର ନୂତନ ବର୍ଷ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟ୍ୟମରେ ସମସ୍ତ ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ପୁରୀର ଲାଇଟ ହାଉସ ବେଳାଭୂମିରେ ପ୍ରଭୁ ଶ୍ରୀ ହନୁମାନଙ୍କ ଏକ ବିଶାଳ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ।

ଶ୍ରୀ ହନୁମାନ ସଙ୍କଟ ମୋଚନ ନାମ ରେ ପ୍ରସିଦ୍ଧ। ଶିଳ୍ପୀ ମାନସ ପ୍ରଭୁଙ୍କୁ ବିନର୍ମ ପ୍ରାର୍ଥନା କରିଛନ୍ତି ପ୍ରଭୁ କରୋନା ରୂପି ସଙ୍କଟ ଏବଂ ସାରା ପୃଥିବୀରେ ଚାଲିଥିବା ସମସ୍ୟା କୁ ଦୁର କରି ଶାନ୍ତି ପ୍ରତିଷ୍ଠା କରାନ୍ତୁ।

ଏହି ବାଲୁକା କଳା ଟି ୧୭ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୨ ଟନ ବାଲି ଉପଯୋଗ କରାଯାଇଛି। ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲିଗିଥିଲା ଏଥିରେ ଓଡ଼ିଆ ନୂତନ ବର୍ଷ ର ଅଭିନନ୍ଦନ ଦେବା ସହିତ ହନୁମାନ ଜୟନ୍ତୀ ର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.