Home ଜିଲ୍ଲା ପରିକ୍ରମା ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ ଜେଲ

ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ ଜେଲ

13
DCIM100MEDIADJI_0262.JPG

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ତଥା ଦୌରାଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ବହୁ ଚର୍ଚ୍ଚିତ ତିହିଡି କାଳିଆ ଓରଫ ପ୍ରସନ୍ନ ହତ୍ୟା ମାମଲାର ଅଭିଯୁକ୍ତ କୋହ୍ଲ ଗ୍ରାମର ଦେବେନ୍ଦ୍ର ପତି, ଇତିଶ୍ରୀର ପତି ଓ ଇତିଶ୍ରୀଙ୍କ ଭାଇ ବିଳବାମନବିନ୍ଧା ଗ୍ରାମର ସୁକୁନୁ ଓରଫ ଦେବେନ୍ଦ୍ର ପାଢୀଙ୍କୁ ୩୦୨ ଦଫାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ପୁଣି ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । ସେହିପରି ହତ୍ୟାର ଷଡଯନ୍ତ୍ର ଓ ସହାୟତା କରିଥିବା ଅଭିଯୋଗରେ ଇତିଶ୍ରୀର ଅନ୍ୟ ଦୁଇଭାଇ ଦାମୋଦର ପାଢୀ ଓ ନାରାୟଣ ପାଢୀଙ୍କୁ ୨୦୧ ଦଫାରେ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଓ ଅନାଦେୟ ପୁଣି ୬ ମାସ ଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୨୦୨୦ ମାର୍ଚ୍ଚ ୩ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ଗ୍ରାମର ମନୋଜ ସାହୁଙ୍କ ପତ୍ନୀ ସବିତା ସାହୁ ଅଭିଯୋଗ କରିଥିଲେ ଯେ ସେ ବିବାହ ପରେ ନିଜ ବାପଘର ପୀରହାଟ ଥାନା ଅନ୍ତର୍ଗତ ଶଙ୍କିଲୋ ଗ୍ରାମରେ ରହି ସେହି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପାଚିକା ଭାବେ କାମ କରୁଥିଲା । ମାତ୍ର ତାଙ୍କ ପୁତ୍ର ପ୍ରସନ୍ନ ଓରଫ କାଳିଆ (୨୪) ତାଙ୍କ ବାପଘରେ ପିଲାବେଳୁ ରହିଆସୁଥିଲା । ସେ ୪/୫ ମାସ ହେବ ଭଦ୍ରକ ପୌରପାଳିକାରେ କାମ କରୁଥିଲା ଓ ରାତିରେ ଫେରିଆସି କୋହ୍ଲ ବଜାରରେ ଥିବା ଗଜାନନ କ୍ଲବ୍‌ରେ ଅନେକ ସମୟରେ ରାତ୍ରି ଯାପନ କରେ । ସେଠାରୁ ଗତ ୨୦୨୦ ମସିହା ଜାନୁୟାରୀ ମାସ ୨୫ ତାରିଖରୁ ସେ ନିଖୋଜ ଥିଲା ।

ଏ ବିଷୟରେ ପୋଲିସ୍‌କୁ ଗତ ୨୦୨୦ ମସିହା ଫେବୃୟାରୀ ମାସ ୨ ତାରିଖରେ ସେ ଜଣାଇଥିଲେ ବି ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ପରେ ସେହିବର୍ଷ ମାର୍ଚ୍ଚ ମାସ ୫ ତାରିଖରେ ତିହିଡି ଥାନାରେ ଏକ ଲିଖିତ ଏତଲା ଦେଇ ଅଭିଯୋଗ କରିଥିଲେ ଯେ ପ୍ରାୟ ବର୍ଷେ ତଳେ ପୀରହାଟ ଥାନା ନାଳତେଇପୁର ଗ୍ରାମର ସୁକନ ଓରଫ ଦେବ ପାଢୀ ସହ ବର୍ଷେ ତଳେ ମାନ ମତାନ୍ତର ଓ ଝଗଡା ହୋଇଥିଲା । ପରେ ଏହା ମିଳାମିଶା ହୋଇଯାଇଥିଲା । ସେ ଦିନରୁ ଦେବ ତାଙ୍କ ପୁଅ ସହ ମିଳାମିଶା କରୁଛି । ପୂର୍ବ ରାଗରୁ ଦେବ ହୁଏତ ତାଙ୍କ ପୁଅକୁ ଅପହରଣ କରି ନେଇ ଲୁଚେଇ ରଖିଛି କିମ୍ବା ମାରିଦେଇଛି । ତେବେ ସେଦିନ ରାତିରେ ତାଙ୍କ ପୁଅ କାଳିଆ ସହ କୋହ୍ଲ ବନମାଟିଆ ଗ୍ରାମର କଟୁ ପଣ୍ଡା, ପିତା- ନୃସିଂଘ, ବନମାଟିଆ ସାହିର ପବନା ମହାଳିକ, ପିତା- ପୀତବାସ, ନାଳତେଇପୁର ଗ୍ରାମର ଧନୀ ପାଢୀଙ୍କ ପୁଅ ଦେବେନ୍ଦ୍ର ପାଢି (ଶୁକନ) ମିଶି ଖାଇବା ପିଇବା କରିଛନ୍ତି । ଏହି ଏତଲାକୁ ଭିତ୍ତି କରି ତିହିଡି ଥାନାରେ କେଶ୍ ନଂ ୭୪/୨୦, ଦଫା ୩୬୩, ୩୬୫, ୩୪ ରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ ପୁଲିସ୍ ସୁକୁନା ଓରଫ ଦେବେନ୍ଦ୍ରକୁ ସେହିବର୍ଷ ମାର୍ଚ୍ଚ ମାସ ୧୨ ତାରିଖରେ ଥାନାକୁ ଆଣି ପଚରାଉଚୁରା କରିବା ବେଳେ ସେ ସ୍ୱୀକାର କରିଥିଲା ତାଙ୍କ ବିବାହିତ ଭଉଣୀ ଇତିଶ୍ରୀ ସହ କାଳିଆର ଅନୈତିକ ସଂପର୍କ ଥିଲା ଓ ଇତିଶ୍ରୀର ସ୍ୱାମୀ ଦେବେନ୍ଦ୍ର ପତି ଏହା ଜାଣିଯିବାରୁ ସେ କାଳିଆକୁ ରାସ୍ତାରୁ ହଟେଇବା ପାଇଁ ଚାହୁଁଥିଲା । ଦେବେନ୍ଦ୍ର କଲିକତାରେ ରହୁଥିବାର ଇତିଶ୍ରୀକୁ ସାଥୀରେ ନେଇଯାଇଥିଲା । ଗତ ଜାନୁୟାରୀ ୨୩ ତାରିଖ ଦିନ ତା ଭଉଣୀ ଇତିଶ୍ରୀ ଓ ଭିଣୋଇ ଦେବେନ୍ଦ୍ର କଲିକତାରୁ ଫେରିଥିଲେ ଓ କାଳିଆକୁ ତାଙ୍କ ଘରକୁ ସାଥୀରେ ଡାକି ଆଣିବା ପାଇଁ ତାକୁ କହିଥିଲେ ।

କାଳିଆକୁ ସେ ସାଥୀରେ ନେଇଯାଇଥିଲା ଓ ସେଠାରେ ପହଞ୍ôଚବା ପରେ ଇତିଶ୍ରୀ ଓ ଦେବେନ୍ଦ୍ର ଓରଫ ସୁକୁନୁ ଏକ ପ୍ଲାଷ୍ଟିକ୍ ରଶିରେ କାଳିଆକୁ ବାନ୍ଧିଦେଇ ଖଟ ଉପରେ ଶୁଆଇ ଦେଇଥିଲେ ଓ ଇତିଶ୍ରୀର ସ୍ୱାମୀ ଦେବେନ୍ଦ୍ର ପତି ତାକୁ ପିଟି ପିଟି ସେହିଠାରେ ମାରିଦେଇଥିଲା । ସେ ମରିଯିବା ପରେ ଇତିଶ୍ରୀ ନିଜର ଅନ୍ୟ ଦୁଇଭାଇ ଦାମୋଦର ପାଢୀ ଓ ନାରାୟଣ ପାଢୀଙ୍କୁ ଖବର ଦେବାରୁ ସେମାନେ ଆସି ପହଞ୍ôଚଥିଲେ ଓ ସମସ୍ତେ ମିଶି କାଳିଆର ମୃତ ଶରୀରକୁ ସେହି ଗ୍ରାମର ବୈଷ୍ଣବ ଗୋହିରୀ କେନାଲ ନିକଟରେ ଗାତ ଖୋଳି ପୋତି ଦେଇଥିଲେ । ସେ ପୋଲିସ୍ ସହ ଯାଇ କଳିଆ ପୋତାଯାଇଥିବା ସ୍ଥାନକୁ ଚିହ୍ନେଇ ଦେଇଥିଲା । ସେହି ଅନୁସାରେ ପୋଲିସ୍ ଦେବେନ୍ଦ୍ର ପତି ତାଙ୍କ ପତ୍ନୀ ଇତିଶ୍ରୀ, ଇତିଶ୍ରୀର ୩ ଭାଇ ସୁକୁନୁ ଓରଫ ଦେବେନ୍ଦ୍ର ପାଢୀ, ନାରାୟଣ ପାଢୀ, ଦାମୋଦର ପାଢୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବିଚାର ଶେଷରେ ଆଜି ମାନ୍ୟବର ଜିଲା ବିଚାରପତି ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଦେବେନ୍ଦ୍ର ପତି ତାଙ୍କ ପତ୍ନୀ ଇତିଶ୍ରୀ, ଇତିଶ୍ରୀର ୩ ଭାଇ ସୁକୁନୁ ସରଫ ଦେବେନ୍ଦ୍ର ପାଢୀ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ସେହିଦିନରୁ ଅଟକ ରହିଥିବାବେଳେ ଇତିଶ୍ରୀର ଅନ୍ୟ ଦୁଇଭାଇ ନାରାୟଣ ପାଢୀ, ଦାମୋଦର ପାଢୀ ଜାମିନରେ ଅଛନ୍ତି । ସରକାରଙ୍କ ତରଫରୁ ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ୍ତ କୁମାର ସାମଲ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.